ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ମରାଇପାଟ ନିକଟ ଘାଇ ପାଖରେ ଥିବା ଜଙ୍ଗଲର ଏକ ବର ଗଛରୁ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର କରିଛି ଗାଙ୍ଗପୁର ପୋଲିସ୍ I ଦୁଇ ପ୍ରେମୀ ଯୁଗଳ ହେଲେ ଆଠ ମାସ ହେଲା ଗାଙ୍ଗପୁର ହରିଜନ ସାହିରେ ରହୁଥିବା ଭଞ୍ଜ ନାଇକଙ୍କ ଝିଅ ଅଗନ୍ତି ନାଇକ (୨୦) ଏବଂ ମକରାପଲ୍ଲୀ ଗ୍ରାମର ଅମର ମଲ୍ଲିକ (୨୦) I ସୂଚନା ପ୍ରକାରେ ବାଘୁଆପଲ୍ଲୀ ଭଞ୍ଜ ନାଇକ (୫୫) ଗତ ଆଠ ମାସ ହେବ ଆସି ଗାଙ୍ଗପୁର ହରିଜନ ସାହିରେ ରହୁଥିଲେ I ଗତ ୨୮ ତାରିଖ ଦିନ ୧୨ ଟା ସମୟରେ ଭଞ୍ଜଙ୍କ ଝିଅ ଅଗନ୍ତି ଘରୁ କୁଆଡେ଼ ଫେରାର୍ ହୋଇଯାଇଥିଲା I ସେହିଦିନ ଠାରୁ ଘର ଲୋକେ ଝିଅକୁ ଖୋଜାଖୋଜି ଜାରି ରଖିଥିଲେ I ଆଜି ସକାଳ ଆଠ ଘଣ୍ଟା ସମୟରେ ଭଞ୍ଜ ନାଇକ ଶୁଣିବାକୁ ପାଇଲେ ଯେ ମରାଇପାଟ ଗ୍ରାମ ନିକଟସ୍ଥ ଏକ ଘାଇ ପାଖରେ ଥିବା ଜଙ୍ଗଲର ଏକ ବରଗଛରେ ଏକ ଅଜଣା ପୁଅର ସହିତ ଅଗନ୍ତିର ଶବ ଝୁଲି ରହିଛି I ଘଟଣା ସମ୍ପର୍କରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବକୁ ଜବତ କରି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ପୁଅଟି ହେଉଛି ମକରାପଲୀ ଗ୍ରାମ ନିବାସୀ ଅମର ମଲ୍ଲିକ (୨୦) I ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି I ଉଭୟ ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲ୍ କୁ ପଠାଇଦିଆଯାଇଥିଲା I ଘଟଣା ସ୍ଥଳରୁ OR07P6868 ନମ୍ବର୍ ବିଶିଷ୍ଟ ନାଲି ରଙ୍ଗର ମୋଟରସାଇକେଲ୍ ମଧ୍ୟ ଜବତ ହୋଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ