ପ୍ରେମ ଦିନସରେ ପାଳନ କଲା ଶୋକସଭା: ସାମ୍ବାଦିକ ସଂଘ
ଘଟଗାଁ,(ଯୁଗାବ୍ଦ ନ୍ୟୁଜ୍), ଫେବୃଆରୀ ୧୪ ତାରିଖକୁ ସାରା ବିଶ୍ୱ ପ୍ରେମ ଦିବସ ପାଳନ କରିଥିବା ବେଳେ ଭାରତ ବର୍ଷର କୋଣ ଅନୁକୋଣରେ ପାଳନ କରାଯାଇଥିଲା ଶୋକସଭା । ଆଜକୁ ବେର୍ଷ ହେବ ପୁଲୱାମା ଆତଙ୍କବାଦି ଆକ୍ରମଣରେ ଶହିତ ହୋଇଥିବା ୪୦ଜଣ ବିର ଜବାନ ମାନଙ୍କୁ ସବୁଦିନ ପାଇଁ ମନେ ରଖିବା ପାଇଁ ଏବଂ ସେମାନଙ୍କର ଅବର ଆତ୍ମାର ଶାନ୍ତି ପାଇଁ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ପ୍ରେମ ଦିବସକୁ ଭୁଲି ପାଳିନ କରାଯାଇଥିଲା । ଏଥିସହିତ ଗତକାଲି ସଂନ୍ଧ୍ୟାରେ ସି.ଏମ୍.ଏସ୍.ବି ସାମ୍ବାଦିକ ସଂଘ ଘଟଗାଁ ପକ୍ଷରୁ ମଧ୍ୟ ଏହି କ୍ୟାଣ୍ଡେଲ୍ ଶୋଭାଯାତ୍ରର ଆୟୋଜନ କରାଯାଇଥିଲା । ସି.ଏମ୍.ଏସ୍.ବି ସାମ୍ବାଦିକ ସଂଘ ସଭାପତି ନାରାୟଣ ପଲେଇଙ୍କ ନେତୃତ୍ୱରେ ଏହି କ୍ୟାଣ୍ଡେଲ୍ ରାଲି କରାଯାଇଥିଲା । ଘଟଗାଁ ଡାକବଙ୍ଗଳାରୁ ଏହି ଶୋକସଭା ଯାତ୍ରା ଆରମ୍ଭ ହୋଇ ଘଟଗାଁ ବଜାର ପରିଭ୍ରମଣ କରିବା ପରେ ଶେଷରେ ଶହିଦ ଜବାନ ମାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ମା ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସିକନ କୁମାର ପାଢି, ଯୋଗେଶ କୁମାର ପଣ୍ଡା, ସଞୟ ମିଶ୍ର, ସଜ୍ଞୟ କୁମାର ସାହୁ, ଦିଲ୍ଲିପ ମିଶ୍ର, ସମିର ପ୍ରଧାନ, ସମିତ ପ୍ରଧାନ, ଛବିନ୍ଦ୍ର ଜେନା, ମହେନ୍ଦ୍ର ପାତ୍ର, ବିଶ୍ୱାମିତ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ମନୋଜ ବେହେରା, ମୁନ୍ନା ପଣ୍ଡା, ବାଙ୍ଗୁରୁ ଜେନା ପ୍ରମୁଖ ସହଯୋଗ କରିଥିଲେ ।


