ପ୍ରେମ ନେଲା ଜୀବନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ପ୍ରେମ ଗୋଟିଏ ଏଭଳି ଶବ୍ଦ କାହାକୁ ଜୀବନର ସଫଳତା ଆଡକୁ ଟାଣିନିଏ ତ କାହାକୁ ନିଜ ଜୀବନ ପରିତ୍ୟାଗ କରିଦେବାକୁ ବାଧ୍ୟ କରେ | ଏଭଳି ଏକ ଦୁଖଦ ଖବର ପୁଣି ଭଞ୍ଜନଗର ରେ ଦେଖିବିବାକୁ ମିଳିଛି | ବୁଧବାର ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁରାଢ଼ିଆ ଗ୍ରାମର ବିଶିକେସନ ଜାନି ନାମକ ଜଣେ ୨୦ ବର୍ଷୀୟ ଯୁବକ ଗାଁ ନିକଟସ୍ଥ ଜଙ୍ଗଲରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି |ଏହି ଯୁବକ ଙ୍କର ଆତ୍ମହତ୍ୟା ର କାରଣ ହେଉଛି, ଏହି ଯୁବକ ଜଣକ ନିଜ ଗ୍ରାମର ଏକ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ | ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ,କିନ୍ତୁ ଝିଅଟିର ପରିବାର ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ | ଓ ଏହା ସହ ବିବାହ ପାଇଁ ଅନୁମତି ଦେଇନଥିଲେ , ଫଳରେ ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିଲା | ଏହି କଳହ ଯୋଗୁ ବିଶିକେସନ ଙ୍କର ମନ ବୋହୁ ବିସ୍ତାବ ରେ ଥିଲା , ଏହି ମନସ୍ତାପରେ ନିଜ ଘରୁ ବାହାରି ସେ ନିଜ ଗାଁ ର ଜଙ୍ଗଲ ରେ ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି | କିଛି ସମୟ ପରେ ପୁଅର ଘରକୁ ନ ଫେରିବାର ଦେଖି ପରିବାର ଲୋକେ ଖୋଜା ଖୋଜି କରି ଶେଷରେ ଗାଲେରୀ ଫାଣ୍ଡିରେ ପରିବାର ତରଫରୁ ଏତେଲା ଦିଆଯାଇଥିଲା | ପୋଲିସ ଏହାକୁ ଭିତ୍ତି କରି ଅନୁସନ୍ଧାନ ଚଳାଇଥିବା ବେଳେ କିଛି ସ୍ଥାନୀୟ ଲୋକ ମାଙ୍କର ଅନୁସନ୍ଧାନ ରୁ ଜଣାପଡିଲା ଯେ ଯୁବକଟି ଜଙ୍ଗଲ ରେ ଆତ୍ମହତ୍ୟା କରିଛନ୍ତି | ଏହି ଖବର ମିଳିବା ପରେ ପୋଲିସ ଯାଇ ସେଠାରେ ତଦନ୍ତ ଚଳାଇଥିଲେ , ଓ ଜଙ୍ଗଲ ରେ ଝୁଲନ୍ତା ଶବକୁ ଉଦ୍ଧାର କରିଥିଲେ | ଓ ଏହା ପରେ ଭଞ୍ଜନଗର ମୃତ ଶରୀରକୁ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଭଞ୍ଜନଗର ରେ ଦିନକୁ ଦିନ ଏହିପରି ଅନେକ ଆତ୍ମହତ୍ୟାର ଦୁଃଖଦ ଖବର ଶୁଣିବାକୁ ମିଳୁଛି | ବିଶିକେସନ ଜାନି ଙ୍କରଏହି ଆତ୍ମହତ୍ୟା ମାମଲାକୁ ପୋଲିସ ଏକ ଅପମୃତୁ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ