ପ୍ରେମ ପାଇଁ ଛାଡି ଦେଲେ ରାଜ ବଂଶ
ନୂଆଦିଲ୍ଲୀ : ପ୍ରେମ ଜାତି ଧର୍ମ, ଧନି-ଗରିବ, ରଙ୍ଗ ବେଦ ଭାବ କିଛି ବି ଦେଖେନି । କେବଳ ସୁନ୍ଦର ହୃଦୟ ଟିଏ ଦେଖି ଥାଏ । ତେବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଜାପାନରେ । ଜାପାନ୍ ରାଜକୁମାରୀ ମାକୋ ଜଣେ ସାଧାରଣ ଯୁବକଙ୍କୁ ବିବାହ କରିବାକୁ ଯାଉଛନ୍ତି । ୨୦୧୭ ମସିହାରେ, ମାକୋ ଘୋଷଣା କରିଥିଲେ ଯେ ସେ ନଭେମ୍ବର ୨୦୧୮ରେ ବିବାହ କରିବାକୁ ଯାଉଛନ୍ତି, କିନ୍ତୁ ଏହି ମାସରେ ସେ ବିବାହକୁ ୨୦୨୦ କୁ ସ୍ଥଗିତ ରଖିଥିଲେ । ମାକୋ ତାଙ୍କ ପ୍ରେମିକ କୋମୁରୋଙ୍କୁ ଏତେ ଭଲପାଉଛନ୍ତି ଯେ ସେ ପୂର୍ବରୁ ଆସିଥିବା ସାତଟି ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।
୨୯ ବର୍ଷୀୟା ରାଜକୁମାର ମାକୋ ହେଉଛନ୍ତି ଜାପାନର ବର୍ତ୍ତମାନର ରାଜା ନାରୁହିତୋଙ୍କ ଭାଈ ରାଜକୁମାର ଆକିଶୀନୋଙ୍କ ଝିଅ । ତାଙ୍କ ଶ।ହୀ ପରିବାର ତରଫରୁ ପାଖାପାଖି ୯.୧୦ କୋଟି ଟଙ୍କାର ସମ୍ପତ୍ତି ମିଳିବାର ଥିଲା ହେଲେ ସେ ଏହି ସବୁକୁ ମାକୋ ମନା କରି ଦେଇଛନ୍ତି ଓ ନିଜର ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ତେବେ ସେ ଜଣେ ସାଧାରଣ ଯୁବକ ତଥା ତାଙ୍କ ପ୍ରେମିକ କୋମୁରୋଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।