ପ୍ରେମ ପାଇଁ ଭଉଣୀକୁ ଗୁଳି କରି ମାରିଲା ଭାଇ

ମେରଟ୍‌ : ନିଜ ଭଉଣୀର ପ୍ରେମ ସମ୍ପର୍କକୁ ନେଇ କ୍ଷୁବ୍ଧ ହୋଇ ଜଣେ ଭାଇ ନରହନ୍ତା ପାଲଟିଛି। ଉତ୍ତରପ୍ରଦେଶର ମେରଟ୍‌ଠାରେ ପୁଣି ଥରେ ଏକ ମିଥ୍ୟା ପ୍ରତିପତ୍ତି ପାଇଁ ନିଜର ଝିଅକୁ ହତ୍ୟା କରିବା ଭଳି ଜଘନ୍ୟ ଘଟଣା ଘଟିଛି। ମେରଟ୍‌ ଥାନା ଅନ୍ତର୍ଗତ ସାରଧନା କ୍ଷେତ୍ରର ଗଢୀ ଗ୍ରାମରେ ଏପରି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀର ପ୍ରେମ ସମ୍ପର୍କକୁ ନେଇ ତାଙ୍କ ଭାଇ ତାଙ୍କୁ ହତ୍ୟା କରିଛନ୍ତି। ଛାତ୍ରୀର ଭାଇ ଜଣକ ପ୍ରେମ ମାମଲାକୁ ନେଇ ରାଗରେ ଏପରି ଅମାନବୀୟ କାଣ୍ଡ ଘଟାଇଛନ୍ତି। ରାଗରେ ଛାତ୍ରୀଙ୍କ ପ୍ରାଇଭେଟ୍‌ ପାର୍ଟକୁ ଗୁଳି କରି ହତ୍ୟା କରିଛନ୍ତି ଛାତ୍ରୀଙ୍କ ଭାଇ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଭାଇଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଅଟକ ରଖିବା ସହିତ ଭାଇକୁ ଗିରଫ କରିଛି। ଭଉଣୀର ପ୍ରେମ ସମ୍ପର୍କ ଜାଣିବା ପରେ ଭାଇ ଜଣକ ଉତ୍‌କ୍ଷିପ୍ତ ହୋଇ ଏପରି ନାରକୀୟ କାଣ୍ଡ ଘଟାଇଛନ୍ତି ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ