ପ୍ରେମ ସମ୍ପର୍କକୁ ଅତୁଟ ରଖୁଥିବା ଜଳପ୍ରପାତ
ଭାରତରେ ରହିଛି ଅନେକ ଅଲୌକିକ ଗାଥା ବହନ କରୁଥିବା ଦର୍ଶନୀୟ ସ୍ଥାନ । ସେଥିମଧ୍ୟରୁ ମଧ୍ୟପ୍ରଦେଶର ଶିବପୁରାରେ ରହିଛି ଉଦୈୟା କୁଣ୍ଡ ୱାଟର ଫଲ । ବିଶ୍ୱାସ ରହିଛି ଏଠାରେ ସ୍ନାନ କରୁଥିବା ଦମ୍ପତ୍ତି ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ଅତୁଟ ରହିଥାଏ ପ୍ରେମ ସମ୍ପର୍କ । ସେଥିପାଇଁ ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କ ଲାଗିଥାଏ ଗହଳି । ଦାମ୍ପତ୍ୟ ଜୀବନରେ ବିବାଦ ଲାଗି ରହିଥିବା ଅନେକ ଦମ୍ପତ୍ତି ଏଠାରେ ସ୍ନାନ କରି ସୁଫଳ ପାଇଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି । ଅନେକ ବୟସ୍କ ଦମ୍ପତ୍ତି ମଧ୍ୟ ଏଠାରେ ସ୍ନାନ କରିଥାନ୍ତି । ପଥର ଚଟାଣ ତଳୁ ଆସୁଥିବା ଏକ ପାହାଡି ଝରଣାରୁ ଏହି ୱାଟର୍ଫଲ୍ ସୃଷ୍ଟି ହୋଇଛି । ଖରାଦିନେ ଝରଣାର ଜଳସ୍ରୋତରେ ବୃଦ୍ଧି ଘଟିଥାଏ ।