ପ୍ରେରଣା ଗ୍ରୀନ ଆର୍ମିର ସେନାଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ଜନ୍ମଦିନରେ ଫୁଲ ଉପହାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରେରଣା ଇଣ୍ଟର ନ୍ୟାସନାଲ ଗ୍ରୀନ ଆର୍ମିର ସେନାଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନ ମଇ ମାସ ୧ତାରିଖକୁ ଗ୍ରୀନ ଆର୍ମି ଓ ବୃକ୍ଷପ୍ରେମୀମାନେ ସବୁଜ ଦିବସ ଭାବେ ପାଳନ କରୁଛନ୍ତି । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଗ୍ରୀନ ଆର୍ମିମାନେ ବୃକ୍ଷରୋପଣ କରିବେ । ଏହି ଜନ୍ମଦିନ ଅବସରରେ ଶୁଭେଚ୍ଛୁ ତଥା ଗ୍ରୀନ ଆର୍ମିର ସଦସ୍ୟମାନେ ଡଃ ଶ୍ରୀଚନ୍ଦନଙ୍କୁ ଉପହାର ସ୍ୱରୂପ ଫୁଲତୋଡ଼ା ନଦେଇ ଗଛଟିଏ ଉପହାର ଦେବା କିମ୍ବା ଲଗାଇ ତାକୁ ବଞ୍ଚାଇ ରଖିବାକୁ ଡଃ ଶ୍ରୀଚନ୍ଦନ ଅନୁରୋଧ କରିଛନ୍ତି । ଉକ୍ତ ଦିନ ଗୀତଗୋବିନ୍ଦ ସଦନ ଠାରେ ଏକ ସିଡ୍ସ ବ୍ୟାଙ୍କ ମଧ୍ୟ ଉଦ୍ଘାଟନ କରାଯିବ । ତେଣୁ ଆମ୍ବ ଖାଇ ଟାକୁଆ, ପଣସ, ଜାମୁ ଆଦି ଖାଇ ମଞ୍ଜିକୁ ଏଣେତେଣେ ନ ଫୋପାଡ଼ି କିମ୍ବା ନିମ୍ବ ଆଦି ବିଭିନ୍ନ ଦରକାରୀ ମଞ୍ଜିକୁ ଯେଉଁ ବ୍ୟକ୍ତି ବା ଅନୁଷ୍ଠାନମାନେ ସଂଗ୍ରହ କରିଦେବେ, ସେମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ ବୋଲି ଡଃ ଶ୍ରୀଚନ୍ଦନ ଏକ ପ୍ରେସ୍ ଇସ୍ତାହାରରେ ଅନୁରୋଧ କରିଛନ୍ତି ।