ପ୍ରେସକ୍ଲବ ଏବଂ ଝାଡ଼ବନ୍ଧ ସମ୍ବାଦ ସାହିତ୍ୟ ଘର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଆଜି ଯୁବ ସ୍ୱାଭିମାନ ଦିବସ ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ଏବଂ ଝାଡ଼ବନ୍ଧ ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଧରାକୋଟ ବ୍ଳକ୍ ଝାଡ଼ବନ୍ଧ ଶ୍ରୀ ଗରୁଡେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଏବଂ ହାତୀ ମୁଣ୍ଡା ପାହାଡ଼ ପାଦଦେଶରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଝାଡ଼ବନ୍ଧ ସମ୍ବାଦ ସାହିତ୍ୟ ଘର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ଓ ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ମିଳିତ ନେତୃତ୍ୱରେ ଆମ୍ବ, ପିଜୁଳି, ନିମ୍ବ, ଡାଳିମ୍ବ,ଶାଗୁଆନ ଭଳି ୧୯୦ ଟି ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଭଞ୍ଜନଗର ରୋଟାରୀ କ୍ଲବ୍ ସଭାପତି ଭି ଦେବୀ ପ୍ରସାଦ ପାତ୍ର, ମୁଖ୍ୟ ବକ୍ତା ଭାବେ ଝାଡ଼ବନ୍ଧ ସରପଞ୍ଚ ପ୍ରତିନିଧି ଅନ୍ତର୍ଯ୍ୟାମୀ ପ୍ରଧାନ ଏବଂ ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଳା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ,ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, କୋଷାଧ୍ୟକ୍ଷ ବିଭୁପାଦ ଜେନା,ଉପଦେଷ୍ଟା ସୁଶାନ୍ତ ବେହେରା, ସାହିତ୍ୟ ଘର ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ, ଉପସଭାପତି ଅରୁଣ କୁମାର ସ୍ୱାଇଁ,କୋଷାଧ୍ୟକ୍ଷ ମିହିର କୁମାର ପଣ୍ଡା,ସଦସ୍ୟ ରାଜେନ୍ଦ୍ର ମଲ୍ଲିକ୍,ହେମନ୍ତ କୁମାର ରଥ, ଗୋବରା ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ,ପ୍ରେସକ୍ଲବ ସଦସ୍ୟ ଜଗନ୍ନାଥ ନାୟକ ,ଗାଙ୍ଗପୁର ଅଂଚଳର ଯୁବ କବି ସୁଯ୍ୟ ପାତ୍ର ଓ ମଦନ ମୋହନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟରେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା I ଏହି ଆସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ଚାରାକୁ ପୋଷ୍ୟ ଭାବେ ଗ୍ରହଣ କରି ତାର ଯତ୍ନ ନେବାକୁ ଶପଥପାଠ କରିଥିଲେ I ବିଦ୍ୟାଳୟ ନିକଟରେ ପ୍ରଚୁର ଜଙ୍ଗଲ ଜମି ରହିଥିବାରୁ ଆଗାମୀ ୧୫ ଦିନ ମଧ୍ୟରେ ସମ୍ବାଦ ସାହିତ୍ୟ ଘର ତରଫରୁ ଏଠାରେ ଆଉ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସରପଞ୍ଚ ପ୍ରତିନିଧି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ I ଏହି ଅବସରରେ ଚାରା ରୋପଣ, ରକ୍ତଦାନ ଶିବିର, ମେଧା ଛାତ୍ର ବୃତ୍ତି ପ୍ରଦାନ ଭଳି କାର୍ଯ୍ୟକ୍ରମର ପ୍ରମୁଖ ନେତୃତ୍ୱ ନେଇଥିବା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସାହିତ୍ୟ ଘର ତରଫରୁ ଜନ୍ମ ଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା I ଶେଷରେ ଶିକ୍ଷକ ପ୍ରମୋଦ କୁମାର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ