ପ୍ରେସ କ୍ଲବ ପକ୍ଷରୁ ସାମୂହିକ କୋଭିଡ ଆଣ୍ଟିଜେନ ପରୀକ୍ଷା ଶିବିର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀର ସାମ୍ବାଦିକ ତାରିଣୀ ପାଢୀଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଯିବା ପରେ କନ୍ଧମାଳ ଜିଲ୍ଲା ତଥା ସମଗ୍ର ରାଜ୍ୟରେ ଗଣମାଧ୍ୟମ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ସେଥିପାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ସାମ୍ବାଦିକ ସଂଗଠନ ଦ୍ୱାରା ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି। ସେହିପରି ଶୁକ୍ରବାର କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ଆନୁକୁଲ୍ୟରେ ଫୁଲବାଣୀ ସାମ୍ବାଦିକ ଭବନଠାରେ ସ୍ୱର୍ଗତ ତାରିଣୀ ପାଢୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାମୂହିକ କୋଭିଡ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ପ୍ରେସକ୍ଳବର ସଭାପତି ଶିବପ୍ରସାଦ ତ୍ରିପାଠୀ ଏବଂ ସମ୍ପାଦକ ଅଜିତ କୁମାର ମହାରଣାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଫୁଲବାଣୀର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅନ୍ୟମାନେ ମଧ୍ୟ ଆସି ସେଠାରେ କୋଭିଡ ପରୀକ୍ଷା କରାଇଥିଲେ। ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସାମ୍ପୁଲ କଲେକ୍ସନ ଟିମ ଓ ସର୍ଭାଇଲେନ୍ସ ଟିମ ଭଳି ଦୁଇଟି ଦଳ ଏହି ପରୀକ୍ଷା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମୋଟ ୫୬ ଜଣଙ୍କର ଆଣ୍ଟିଜେନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଯେଉଁ ସବୁ ଗଣମାଧ୍ୟମ ପ୍ରତିନିଧିମାନେ ଆଣ୍ଟିଜେଣ୍ଟ ପରୀକ୍ଷା କରାଇଥିଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବାରୁ ସମସ୍ତ ସାମ୍ବାଦିକମାନେ ଆଶ୍ୱସ୍ତି ଅନୁଭବ କରିଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ ବିଭାଗର ଆଶିଷ୍‍ କୁମାର ମହାନ୍ତି ଓ ଅନ୍ୟମାନଙ୍କ ସମେତ ପ୍ରେସ୍‍ କ୍ଳବର ସମସ୍ତ କର୍ମକର୍ତ୍ତାମାନେ ପରିିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ