ପ୍ରେସ ୟୁନିଅନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଦେଶକୁ ପ୍ରଗତି ପଥରେ ନେବାରେ ସାମ୍ବାଦିକ ମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ସେମାନେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ନୀତି ଓ ନିର୍ଦ୍ଦେଶକୁ ଆହ୍ବାନ ଦିଅନ୍ତି । ତେଣୁ ସାମ୍ବାଦିକତାରେ ସେବା ମନୋଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠନ ହୋଇଥିଲା। ଗଣ ମାଧ୍ୟମ ର ପରିଚାଳନା କ୍ଷେତ୍ରରେ ପ୍ରେସ କାଉନସିଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରେସର ସ୍ଵାଧୀନତା, ଦାୟିତ୍ବ ଓ ଅଧିକାର ସମ୍ପର୍କରେ ସଚେତନ ହେଉଛି ଜାତୀୟ ପ୍ରେସ ଦିବସ ପାଳନର ଉଦ୍ଦେଶ୍ୟ। ଏହି ପରୀପ୍ରେକ୍ଷୀରେ ଧୂଷୁରି ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି ।ଧୂଷୁରି ପ୍ରେସ ୟୁନିଅନ କାର୍ଯ୍ୟାଳୟରେ ଶନିବାର ଅପରାହ୍ନରେ ସଭାପତି ସାମ୍ବାଦିକ ସନ୍ତୋଷ ଦାସ ଙ୍କ ଶେଷ ଦେବ ସ୍ବାଇଁ, ସହ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ, ରବୀନ୍ଦ୍ର ପାଣି, ଉପଦେଷ୍ଟା ପଣ୍ଡିତ ପଞ୍ଚାନନ ମିଶ୍ର, ଉପଦେଷ୍ଟା ଅବସର ପ୍ରାପ୍ତ ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସର ମହତ୍ତ୍ଵ ଉପରେ କହିବା ସହ ଗଣମାଧ୍ୟମ ର ଭୂମିକା ଓ ସାମ୍ୱାଦିକର ଦାୟିତ୍ଵ ଉପରେ କହିଥିଲେ l ସାମ୍ବାଦିକତା ଏକ ସମାଜସେବା ର ମାଧ୍ୟମ ହୋଇଥିବା ବେଳେ ଏହାକୁ ସକାରାତ୍ମକ ଦୃଷ୍ଟିକୋଣ ରେ କାର୍ଯ୍ୟକଲେ ସମାଜର ଉନ୍ନତି ହୋଇପାରିବ ବୋଲି ସଭାପତି ସାମ୍ବାଦିକ ସନ୍ତୋଷ କୁମାର ଦାସ କହିଛନ୍ତି l ସେହିପରି କାର୍ଯ୍ୟକ୍ରମରେ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ ଯୋଗଦେଇ ଆଜି ଭଳି ଦିନରେ ସମସ୍ତ ସାମ୍ୱାଦିକ ଏକ ହେବାର ଆବଶ୍ୟକତା ରହିଛି ଓ ସାମ୍ୱାଦିକ ମାନେ ସମାଜର ତୃଣମୂଳ ସ୍ତରକୁ ଯାଇ ଖବର ସଂଗ୍ରହ କଲେ ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚି ପାରିବ ବୋଲି କହିଥିବା ବେଳେ କୋଷାଧ୍ୟକ୍ଷ ରତିକାନ୍ତ ନାୟକ ଏଭଳି କାର୍ଯକ୍ରମ ଆୟୋଜନ ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହ ସମସ୍ତ ସାମ୍ୱାଦିକ ଏକ ହୋଇ ସାମ୍ବାଦିକ ମାନଙ୍କ ସମସ୍ୟା ସରକାର ଙ୍କ ପାଖରେ ଉପସ୍ଥାପନ କରିବାକୁ ଆହ୍ଵାନ ଦେଇଥିଲେ।ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, କୋଷାଧ୍ୟକ୍ଷ ରତିକାନ୍ତ ନାୟକ, ଉପ ସଭାପତି ଜୀବନାନନ୍ଦ ନାୟକ, ରାମକୃଷ୍ଣ ପତି, ରବୀନ୍ଦ୍ର କର ଦେବାଶିଷ ମହାକୁଡ,ଶେଷ ଦେବ ସ୍ବାଇଁ, ସହ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ, ରବୀନ୍ଦ୍ର ପାଣି, ଉପଦେଷ୍ଟା ପଣ୍ଡିତ ପଞ୍ଚାନନ ମିଶ୍ର, ଉପଦେଷ୍ଟା ଅବସର ପ୍ରାପ୍ତ ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସର ମହତ୍ତ୍ଵ ଉପରେ କହିବା ସହ ଗଣମାଧ୍ୟମ ର ଭୂମିକା ଓ ସାମ୍ୱାଦିକର ଦାୟିତ୍ଵ ଉପରେ କହିଥିଲେ l ସାମ୍ବାଦିକତା ଏକ ସମାଜସେବା ର ମାଧ୍ୟମ ହୋଇଥିବା ବେଳେ ଏହାକୁ ସକାରାତ୍ମକ ଦୃଷ୍ଟିକୋଣ ରେ କାର୍ଯ୍ୟକଲେ ସମାଜର ଉନ୍ନତି ହୋଇପାରିବ ବୋଲି ସଭାପତି ସାମ୍ବାଦିକ ସନ୍ତୋଷ କୁମାର ଦାସ କହିଛନ୍ତି l ସେହିପରି କାର୍ଯ୍ୟକ୍ରମରେ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ ଯୋଗଦେଇ ଆଜିର ଭଳି ଦିନରେ ସମସ୍ତ ସାମ୍ୱାଦିକ ଏକ ହେବାର ଆବଶ୍ୟକତା ରହିଛି ଓ ସାମ୍ୱାଦିକ ମାନେ ସମାଜର ତୃଣମୂଳ ସ୍ତରକୁ ଯାଇ ଖବର ସଂଗ୍ରହ କଲେ ଲୋକଙ୍କ ସମସ୍ୟା ସରକାର ଙ୍କ ପାଖରେ ପହଞ୍ଚି ପାରିବ ବୋଲି କହିଥିବା ବେଳେ କୋଷାଧ୍ୟକ୍ଷ ରତିକାନ୍ତ ନାୟକ ଏଭଳି କାର୍ଯକ୍ରମ ଆୟୋଜନ ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହ ସମସ୍ତ ସାମ୍ୱାଦିକ ଏକ ହୋଇ ସାମ୍ବାଦିକ ମାନଙ୍କ ସମସ୍ୟା ସରକାର ଙ୍କ ପାଖରେ ଉପସ୍ଥାପନ କରିବାକୁ ଆହ୍ଵାନ ଦେଇଥିଲେ।