ପ୍ରୋଟକଲ ମ୍ୟାନେଜର ଓ ସ୍ୱାସ୍ଥ୍ୟମିତ୍ରଙ୍କ ଆନ୍ଦୋଳନ ଡାକରା

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ରାଜ୍ୟରେ ୬ଶହରୁ ଊଦ୍ଧ୍ୱର୍ ପ୍ରୋଟକଲ ମ୍ୟାନେଜର ଓ ସ୍ୱାସ୍ଥ୍ୟମିତ୍ର ଗତ ୨୦୧୦ ମସିହାରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ କାମ କରି ଆସୁଛନ୍ତି । ବର୍ତ୍ତମାନ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ପ୍ରୋଟକଲ ମ୍ୟାନେଜର ଓ ସ୍ୱାସ୍ଥ୍ୟମିତ୍ରମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏ ନେଇ ଭୁବନେଶ୍ୱର ସାମ୍ବାଦିକ ଭବନଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କର୍ମ·ରୀ ସଂଘର ସମ୍ମିଳନୀରେ ପ୍ରତିବାଦର ସ୍ୱର ଉଠିଛି । ସଂଘ ତରଫରୁ ଦାବି କରାଯାଇଛି ଯେ, ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରି ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି ମାଧ୍ୟମରେ ସମସ୍ତ କର୍ମ·ରୀଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ । ସରକାର ରାଜ୍ୟରେ ଶହ ଶହ ଦାବି ପୂରଣ କରୁ୍ଥିବା ବେଳେ ସଂଘର ଏହି ଗୋଟିଏ ଦାବି ପୂରଣ ନହେଲେ ଠିକଣା ସମୟରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦିଆଯାଇଛି । ଏହି ସମ୍ମିଳନୀରେ ସଂଘର ସଭାପତି ଗଙ୍ଗାପାଣି ବେହେରା ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସାହୁ ଓ ସହ ସମ୍ପାଦକ ସନ୍ଦିପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ସୁଶାନ୍ତ ମହାରଣା, କୃପାସିନ୍ଧୁ ନାଏକ, ପ୍ରମୋଦ ନାୟକ ସହ ୫ ଶତାଧିକ କର୍ମ·ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ