ପ୍ରୋବୋସ୍ କ୍ଲବର ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ପ୍ରୋବୋସ୍ କ୍ଲବ ତରଫରୁ ରୋଟାରୀ କ୍ଲବ ଠାରେ କ୍ଲବର ବାର୍ଷିକ ଉତ୍ସବ ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ସହ ସ୍ୱାସ୍ଥ୍ୟ ସଚେତନ ଓ ସ୍ଵାସ୍ଥ୍ୟ ଶିବିର ସଭାପତି ଶ୍ରୀ ନାରସୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଠାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଡା. ନକୁଳ ସାହୁ, ସମ୍ମାନିତ ଅତିଥି ଭାବରେ ଡl.ହରିଶ୍ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ସତ୍ୟ, ଅହିଂସା, ଦେଶ ସେବା ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଏକ ସ୍ୱାସ୍ଥ୍ୟ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ରୁବି ଚକ୍ଷୁ ଚିକିତ୍ସାଳୟର କର୍ମକର୍ତ୍ତାଗଣ ଚକ୍ଷୁ ପରୀକ୍ଷା ସହ ଚିକିତ୍ସା ପରାମର୍ଶ ଦେଇଥିଲେ l ଦନ୍ତ ରୋଗୀଙ୍କ ଦନ୍ତ ଚିକିତ୍ସା କରାଯାଇଥିଲା l ୭୨ଜଣ ରୋଗୀଙ୍କ ମଧୁମେହ ପରୀକ୍ଷା କରି ଔଷଧ ବିତରଣ କରାଯାଇଥିଲା l ରକ୍ତଚାପ, ଗଣ୍ଠିବାତ ଆଦି ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା l ଏଠାରେ ସ୍ୱାସ୍ଥ୍ୟ ସେବା ପାଇଁ ସମାଜସେବୀ ଡ଼l. ନକୁଳ ସାହୁ, ଦନ୍ତ ବିଶେଷଜ୍ଞ ଡା. ସନ୍ତୋଷ, ସନ୍ତୋଷ କୁମାର ମିଶ୍ର ଓ ରୁବି ଚକ୍ଷୁ ଚିକିତ୍ସାଳୟକୁ ସମ୍ବର୍ଦ୍ଧିତ କରାଯାଇଥିଲା lପ୍ରାୟୋଜକ ଥିଲେ ପଣ୍ଡିତ ହରିବନ୍ଧୁ by ମହାପାତ୍ର l ସଂଘର ଶତାଧିକ ସଭ୍ଯ ଉପସ୍ଥିତ ଥିଲେ l ଶେଷରେ ବ୍ରଜ ବିହାରୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ l
ନାରସୁ ଜେନା ସଭାପତି