‘ପ୍ରୟୋଗାତ୍ମକ ଦର୍ଶନଶାସ୍ତ୍ର’ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କଲ୍ୟାଣୀ ପବ୍ଲିସରଙ୍କ ପ୍ରସ୍ତୁତି ଡଃ ହରିଶ୍ଚନ୍ଦ୍ର ସାହୁଙ୍କ ସମ୍ପାଦିତ ‘ପ୍ରୟୋଗାତ୍ମକ ଦର୍ଶନଶାସ୍ତ୍ର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକକୁ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ପ୍ରାକ୍ତନ ପ୍ରଫେସର ଡଃ ଶରତ ଚନ୍ଦ୍ର ପାଣିଗ୍ରାହୀ ଉନ୍ମୋଚନ କରିଥିଲେ ଏବଂ ଡଃ ସାହୁଙ୍କର କୃତୀକୁ ପ୍ରଶଂସା କରିଥିଲେ । ଏହି ପୁସ୍ତକ ଦ୍ୱାରା ଅନେକ ଦର୍ଶନଶାସ୍ତ୍ରର ଉପାଧି ଓ ସ୍ନତ୍ତକୋତ୍ତରର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ବିଶେଷ ଆଦୃତ ହେବ ବୋଲି ଆଶା ପ୍ରକାଶ କରିଥିଲେ ।