ପ୍ଲାଜମା ଦାନ କଲେ କରୋନା ଯୋଦ୍ଧା ଶିକ୍ଷକ

ଗଞ୍ଜାମ,(ଓ୍ବାଇଏନ୍ଏସ୍):କରୋନାରେ ଯୋଧ୍ୟା ସାଜିଥିବା ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବା ପରେ ପୁଣି ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେବା ସହ , ଅନ୍ୟ ଜଣେ କରୋନା ଅକ୍ରାନ୍ତ ଙ୍କୁ ବଞ୍ଚାଇବା ପାଇଁ ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ସେ ହେଲେ ଗଞ୍ଜାମ ଜ଼ିଲ୍ଲା ଖଲିକୋଟ ବ୍ଲକ ଲଙ୍ଗଳେଶ୍ୱର ପଂଚାୟତ ଅଧୀନ ଭେଜିପୁଟ ଗ୍ରାମ ନିବାସୀ ଅଜୟ କୁମାର ପଣ୍ଡା ଙ୍କ ପୁତ୍ର କରୋନା ଯୋଦ୍ଧା ଶିକ୍ଷକ ଲିକୁ ପଣ୍ଡା | କରୋନା କୁ ହରାଇଛନ୍ତି ସେ, ସୁସ୍ଥ ହେବା ପରେ ୨୬ ତାରିଖରେ ବ୍ରହ୍ମପୁର ସ୍ଥିତ ଏମକେସିଜି ପ୍ଲାଜମା ବ୍ୟାଙ୍କ ରେ ପ୍ଲାଜମା ଦାନ କରିଛନ୍ତି | କରୋନା ରୁ ସୁସ୍ଥ ହୋଇଥିବା ଲୋକେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି, ପ୍ଲାଜମା ଦ୍ଵାରା କରୋନା ରେ ଗୁରୁତର ଆକ୍ରାନ୍ତଙ୍କ ଜୀବନ ବଞ୍ଚି ପାରିବ ବୋଲି ଶିକ୍ଷକ ପଣ୍ଡା କହିଛନ୍ତି | ପ୍ରକାଶଯୋଗ୍ୟ,ଗତ ଜୁଲାଇ ୩୦ ତାରିଖରେ ଶିକ୍ଷକ ପଣ୍ଡା କରୋନା ପଜିଟିଭ ବୋଲି ଟେଷ୍ଟିଙ୍ଗ ପରେ ଜଣାପଡିଥିଲା ଏବଂ ସେ ଲଙ୍ଗଳେଶ୍ୱର କୋଭିଡ କେୟାର ହୋମ ରେ ଆଇଶୋଲେସନ ରେ ରହିଥିଲେ | କରୋନା ରୁ ସୁସ୍ଥ ହେବାପରେ ଅଗଷ୍ଟ ୮ ତାରିଖରେ ତାଙ୍କୁ କୋଭିଡ କେୟାର ହୋମ ରୁ ଡିସ୍ଚାର୍ଜ କରଯାଇଥିଲା | ପରେ ପ୍ରଶାସନ ପକ୍ଷରୁ ପ୍ଲାଜମା ଦାନ କରିବାକୁ ତାଙ୍କୁ କାଉନ୍ସେଲିଂ କରଯାଇଥିଲା , ପ୍ଲାଜମା ଦ୍ଵାରା କରୋନା ରେ ଗୁରୁତର ଆକ୍ରାନ୍ତ ସୁସ୍ଥ ହୋଇପାରିବେ ବୋଲି ଜାଣିବା ପରେ ପ୍ଲାଜମା ଦାନ କରିବାକୁ ଶିକ୍ଷକ ପଣ୍ଡା ଆଗେଇ ଆସିଥିଲେ ପ୍ଲାଜମା ଦାନ କରିବା ପୂର୍ବରୁ ତାଙ୍କର ପ୍ଲାଜମା ସ୍କ୍ରିନିଂ ୧୬ ତାରିଖରେ ହୋଇଥିଲା ଏବଂ ସେ ପ୍ଲାଜମା ଦାନ କରିବାକୁ ଯୋଗ୍ୟ ହୋଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ