ପ୍ଲାଜମା ଦେଇ ବଞ୍ଚାନ୍ତୁ ଲୋକଙ୍କ ଜୀବନ, ସରକାର ଦେବେ ୫୦୦୦ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ପ୍ଲାଜ୍‌ମାର ଚାହିଦା ବଢ଼ିଯାଇଛି। କରୋନା ପଜିଟିଭ୍‌ଙ୍କ ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ପ୍ଲାଜମା ଥେରାପି ସବୁଠୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତେବେ ବର୍ତ୍ତମାନ ସରକାର ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଆପଣ ପ୍ଲାଜମା ଦାନ କରି କେବଳ ଜୀବନ ବଞ୍ଚାଇବେ ନାହିଁ ବରଂ ୫୦୦୦ ଟଙ୍କାର ପୁରସ୍କାର ମଧ୍ୟ ପାଇବେ। ଏଭଳି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକରେ କରୋନା ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ପ୍ଲାଜମା ଦାନକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ୫୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମେଡିକାଲ ଶିକ୍ଷାମନ୍ତ୍ରୀ କେ.ସୁଧାକର କହିଛନ୍ତି ରାଜ୍ୟରେ ଏବେ ଯାଏଁ ୧୭,୩୯୦ ଜଣ କରୋନା ମୁକ୍ତ ହୋଇଛନ୍ତି। ସେ ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନିଜ ପ୍ଲାଜ୍‌ମା ଦାନ କରିବାକୁ ଅନୁରୋଧ କରିଛନ୍ତି। ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ଏଥିପାଇଁ ୫୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଫଳରେ ଅନ୍ୟ ରୋଗୀମାନେ ମଧ୍ୟ ସୁସ୍ଥ ହୋଇପାରିବେ। ତେବେ କେବଳ କର୍ଣ୍ଣାଟକ ନୁହେଁ ଓଡ଼ିଶାରେ ମଧ୍ୟ ଗତ କାଲିଠାରୁ ପ୍ଲାଜମା ବ୍ୟାଙ୍କ ଖୋଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍‌ସିବି ମେଡିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ