ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ ଏନଏସି ନେଇ ଦସ୍ତଖତ ଅଭିଯାନ

ଦିଗପହଣ୍ଡି : ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସ୍ୱାଧିନତା ଦିବସ ଠାରୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ ଏନଏସିରେ ପରିଣତ କରିବା ନେଇ ପ୍ରତିଜ୍ଞାବଦ୍ଧ ହୋଇଥିବା ଜଣାଯାଇଛି । ଭୋର୍ରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ପରେ ଏନଏସି କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଏନଏସି ପକ୍ଷରୁ ସ୍ୱଚ୍ଛତା ମିଶନ୍କୁ ସଫଳ ଓ ସଚେତନତାତ୍ମକ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଥିଲା । ଏହି ରଥ ସାହି ଗଳି ବୁଲି ସଚେତନତା ବାର୍ତ୍ତା ଯୋଗାଇବା ସହ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ପୃଥକ ପୃଥକ ଭାବେ ଏନଏସି ପକ୍ଷରୁ ଦିଆଯାଇଥିବା ଡଷ୍ଟବିନ୍ରେ ପକାଇବାକୁ ସଚେତନ କରିଥିଲା । ସେହିପରି ଉକ୍ତ ବର୍ଜ୍ୟବସ୍ତୁ ସବୁ ପରେ ଏନଏସିର ବର୍ଜ୍ୟବସ୍ତୁ ନିଷ୍କାସନ ଗାଡି ଯାଇ ସଂଗ୍ରହ କରି ଫେରିବା ପରେ ଡମ୍ପିଂ ୟାର୍ଡ୍ରେ ପକାଇବ ବୋଲି ସଚେତନତା ସୃଷ୍ଟି କରିଥିଲା । ଏଣେ ତଣେ ବର୍ଜ୍ୟ ବସ୍ତୁ ନପକାଇବା ସହ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବ୍ୟବହାରରୁ ସମ୍ପୂର୍ଣ୍ଣ ଭାବେ ଦୂରରେ ରହିବାକୁ ପରାମର୍ଶ ଦେଇଥିଲା । ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବ୍ୟବହାର କରିବା ପରିବର୍ତ୍ତେ କାଗଜ ଏବଂ କପଡା ବ୍ୟାଗ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲା । ପରେ ସ୍ଥାନୀୟ ମିନିଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ସାମୁହିକ ସ୍ୱାଧିନତା ଦିବସ ପାଳନ ଉତ୍ସବରେ ପହଞ୍ଚିଥିଲା । ସେଠାରେ ମୋ ସହର ସ୍ୱଚ୍ଛ ସହର ଏବଂ ସ୍ୱଚ୍ଛ ଏନଏସି ସ୍ୱଚ୍ଛ ଦିଗପହଣ୍ଡି ଅଭିଯାନକୁ ସଫଳ କରିବା ନେଇ ଜନସଚେତନତା ଉଦ୍ଦେଶ୍ୟରେ ଏକ ସଚେତନତା ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ଥାନୀୟ ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ, ଆଇଆଇସି ଗୌରାଙ୍ଗ ଚରଣ ସାହୁ, ଅଗ୍ନିଶମ ଅଧିକାରୀ ବିଜୟ କୁମାର ନାୟକ, ଖେମୁଣ୍ଡି କଲେଜ ପିଇଟି ଅଧ୍ୟାପକ ଏସ୍.ସୀତୀରାମ ମୂର୍ତ୍ତି, ବି.କେ.ହାଇସ୍କୁଲ୍ କ୍ରୀଡା ଶିକ୍ଷକ ଏମ୍.ଗୌରାଙ୍ଗ, ସରସ୍ୱତିଶିଶୁ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର, ଶିକ୍ଷକ ବାବୁଲା ପଣ୍ଡା, ଉଦୟନାଥ ସ୍ୱାଇଁ, ପ୍ରମୋଦ ପାଣିଗ୍ରାହୀ, ପ୍ରସାନ୍ତ ପାଣିଗ୍ରାହୀ, କାହ୍ନୁଚରଣ ପଟ୍ଟନାୟକ, ଦିବାକର ଜେନା ପ୍ରମୁଖ ଦସ୍ତଖତ କରି ଶୁଭାରମ୍ଭ କରିଥିଲେ । ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମରେ ୫୦୦ ଜଣଙ୍କର ଦସ୍ତଖତ ସଂଗ୍ରହ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଜୁ ଯୁବ ବାହିନୀ କ୍ଳବ ଏ ସଭାପତି ସମୀର କାନ୍ତ ତ୍ରିପାଠୀ, ସମ୍ପାଦକ ଦୂର୍ଗା ମାଧବ ସାହୁ, କ୍ଳବ ବି ସଭାପତି ନୀଳାଞ୍ଚଳ ରଥ, ମନ୍ମଥ ପାଣିଗ୍ରାହୀ, ବି.ଜିତୁ, ୟୁ ଏଲ୍ ବି କୋଡିନେଟର୍ ସନ୍ତୋଷ କୁମାର ବାଡତ୍ୟା ପ୍ରମୁଖଙ୍କ ସମେତ ସମସ୍ତ ବିଜୁ ଯୁବ ବାହିନୀ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ