ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ପାଇଁ ଆହ୍ୱାନ ଦେଲେ ବିଧାୟକ ଶଶୀଭୂଷଣ

କେନ୍ଦ୍ରାପଡା – କେନ୍ଦ୍ରାପଡା ପଂଚାୟତ ସମିତିର ଷଷ୍ଠ ବୈଠକ ବ୍ଲକ କାର୍ଯ୍ୟାଳୟର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ପ୍ଲାଷ୍ଟିକ ଓ ପଲିଥିନ ବର୍ଜ୍ଜନ ପାଇଁ ଆହ୍ୱାନ ଦେବା ସହିତ ବିକାଶ ଓ ସ୍ୱଛତା ସମସ୍ତ ଜନପ୍ରତିନିଧିଙ୍କର ମୂଳମନ୍ତ୍ର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ବ୍ଲକକୁ ସାରା ରାଜ୍ୟରେ ଏକ ଅଗ୍ରଣୀ ଓ ଶ୍ରେଷ୍ଠ ବ୍ଲକ ଭାବେ ଗଢିତୋଳିବାକୁ ସମସ୍ତ ଜନପ୍ରତିନିଧିଙ୍କ ଉଦ୍ୟମକୁ ବିଧାୟକ ଶ୍ରୀ ବେହେରା ସହଯୋଗ ରହିବ ବୋଲି କହିଥିଲେ । ଏତଦଭିନ୍ନ ଜନପ୍ରତିନିଧିଙ୍କ ମଧ୍ୟରେ ମତାନ୍ତର ରହୁ କିନ୍ତୁ ମନାନ୍ତର ନରହିବା ଉଚିତ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ କହିଥିଲେ ଯେ ସମସ୍ତ ସରକାରୀ ଯୋଜନାର ସଫଳତା ପାଇଁ ସବୁ ସରକାରୀ ଲୋକାଭିମୁଖି ଯୋଜନା ଗୁଡିକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଁଚିବା ନିମନ୍ତେ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଟାଳଟୁଳ ନୀତି ଅବଲମ୍ବନ ନକରିବାକୁ ପରାମର୍ଶ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଭାଗବତପୁର ପଂଚାୟତର ପୂର୍ବତନ ସରପଂଚ ସୂର୍ଗତ ଚିତ୍ତରଞ୍ଜନ ବେହେରାଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବିଡିଓ ସୁଧିର କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ,ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ,ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରା ପ୍ରମୁଖ ସମସ୍ତ ସଂପ୍ରସାରଣ ଓ ପଂଚାୟତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ବସନ୍ତ କୁମାର ରାଉତ, ଜୀନତ ପ୍ରିୟଦର୍ଶିନୀ ରାଉତ, ଗାୟତ୍ରୀ ମହାନ୍ତି, ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଗଗନବିହାରୀ ସାହୁ, ନରହରି ପାଣି, ନିରୂପମା ପ୍ରଧାନ, ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ଧିରେନ୍ଦ୍ର ସ୍ୱାଇଁ, ପ୍ରସନ୍ନ ରାଉତ, ହେମନ୍ତ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସମସ୍ତ ସରପଂଚ ଓ ସମିତିସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ