ଢାକାରେ ଅଗ୍ନିକାଣ୍ଡ ୧୩ ଶ୍ରମିକଙ୍କ ମୃତ୍ୟୁ
ଢାକା- ବାଂଲାଦେଶର ରାଜଧାନୀ ଢାକା ନିକଟରେ ଥିବା କେରାନୀଗଂଜରେ ଏକ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ଘଟିବାରୁ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । । ଏହି ଅଗ୍ନିକାଣ୍ଡ ଘଟଣାରେ ୨୧ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ପୁଲିସ ସୂଚନାଦେଇଛି । ସେହିଭଳି ଅଗ୍ନିକାଣ୍ଡର ଶିକାର ହୋଇଥିବା ଅନ୍ୟ ୨୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଢାକା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କର ଚିକିତ୍ସା ଜାରି ରହିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ।