ପ୍ଲାଷ୍ଟିକ ଛାଡ ଚକଲେଟ ନିଅ !
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ସାରା ଦେଶକୁ ଗାନ୍ଧୀ ଜୟନ୍ତୀରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏଥିରେ ସାମିଲ ହୋଇଛି ବ୍ରହ୍ମପୁର ମହାନଗର ନିଗମ । ପ୍ଲାଷ୍ଟିକର ଭୟାଭୟତା ବିଷୟରେ ଲୋକମାନଙ୍କୁ ସଚେନତା କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଏମସି । ଗାନ୍ଧୀ ଜୟନ୍ତୀଠାରୁ ପ୍ଲଷ୍ଟିକକୁ ପରିତ୍ୟାଗ କରିବା ପାଇଁ ବିଏମସି ନୂଆ ପରିକଳ୍ପନା ଆରମ୍ଭ କରିଛି । ପ୍ଲାଷ୍ଟିକ ଛାଡ ଚକଲେଟ ନିଅ । ଏହାଦ୍ୱାରା ପ୍ଲାଷ୍ଟିକ କବଳରୁ ସହରକୁ ସ୍ୱଚ୍ଛତା ରଖାଯିବା ସହ ପ୍ଲାଷ୍ଟିକ ଦ୍ୱାରା ବ୍ୟାପୁଥିବା ବିଭିନ୍ନ ରୋଗରୁ ସହରର ଅଧିବାସୀନେ ଉପକୃତ ହୋଇପାରିବେ ବୋଲି ମହାନଗର କମିଶନର ଚକ୍ରବର୍ତ୍ତୀ ସିଂ ରୋଠୋର କହିଛନ୍ତି । ସ୍କୁଲଠାରୁ ଆରମ୍ଭ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି , ବିଷେଶ କରି ବ୍ରହ୍ମପୁର ସହରକୁ କିପରିଭାବେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ସଂପୁର୍ଣ୍ଣ ଭାବେ ବ୍ୟାନ କରାଯିିବ ସେନେଇ ବିଭାଗର କର୍ମଚାରମାନେ ବିଭିନ୍ନ ସପିଂ ମଲ, ହୋଟେଲ ଓ ଛୋଟଛୋଟ ଦୋକାନ ଉପରେ ନଜର ରଖିବେ ।