ପ୍ୟାକେଟ କ୍ଷୀରରେ ମାରାତ୍ମକ ରାସାୟନିକ

ଆପଣ ପିଉଥିବା ପ୍ୟାକେଟ କ୍ଷୀରରେ ମାରାତ୍ମକ ରାସାୟନିକ କ୍ଷୀର କେତେ ସୁରକ୍ଷିତ, ତାହା କେହି ଜାଣି ନ ଥାଆନ୍ତି । ବଜାରରେ ମିଳୁଥିବା ପ୍ୟାକେଟ କ୍ଷୀରରେ କୌଣସି ଅପିମିଶ୍ରିତ କେମିକାଲ ମିଶା ଯାଉନାହିଁ ତ? ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ତ? ଏମିତି ପ୍ରଶ୍ନ ଆମ ମନକୁ ଆସୁଥିବାବେଳେ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ପ୍ୟାକେଟ କ୍ଷୀରରେ ମାତ୍ରାଧିକ ଆଣ୍ଟି ବାୟୋଟିକ ଓ ଏଫ୍ଲାଟକ୍ସିନ୍ ଏମ୍‌-ୱାନ୍ ଭଳି ରାସାୟନିକ ପଦାର୍ଥ ରହୁଥିବା ଜଣାପଡ଼ିଛି ।
ପ୍ୟାକେଟ କ୍ଷୀରରେ ମିଶୁଛି ମାତ୍ରାଧିକ ଆଣ୍ଟି ବାୟୋଟିକ୍ ଓ ଆଫ୍ଲାଟକ୍ସିନ୍ ଏମ୍‌-ୱାନ୍ ଭଳି ରାସାୟନିକ । ଏମିତି ଏକ ରିପୋର୍ଟ ଦେଇଛି ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ । ଯାହାକି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି । ୨୦୧୮ରୁ ୨୦୧୯ ମେ ମାସ ମଧ୍ୟରେ ଦେଶର ୧୧୦୩ଟି ସହରରୁ ସଂଗୃହୀତ ୬୪୩୨ ପ୍ୟାକେଟ୍ କ୍ଷୀରକୁ ନମୁନା ଭାବେ ନେଇ ସର୍ଭେ କରାଯାଇଥିଲା । ଏହା ଭିତରୁ ୪୧ ପ୍ରତିଶତ ପ୍ୟାକେଟ କ୍ଷୀରରେ ସୁରକ୍ଷା ମାପଦଣ୍ଡ ପାଳନ ହୋଇ ନ ଥିବା ବେଳେ ୭ ପ୍ରତିଶତ ପ୍ୟାକେଟ୍ କ୍ଷୀର ଆଦୌ ବ୍ୟବହାର ଯୋଗ୍ୟ ନୁହେଁ ।
ନମୁନାରୁ ଆଫ୍ଲାଟକ୍ସିନ ଏମ-୧ ମାତ୍ରା ଆବଶ୍ୟକତା ଠାରୁ ଅଧିକ ରହିଛି । ଏହା ଏକ ଫଙ୍ଗସ୍‌, ଯାହାକି କ୍ଷୀରରେ ମିଶାଯାଇଥାଏ । ୧ ଦଶମିକ ୨ ପ୍ରତିଶତ ପ୍ୟାକେଟ କ୍ଷୀରରେ ଆଣ୍ଟିବାୟୋଟିକ୍ ମିଶିଥିବା ଜଣାପଡ଼ିଛି । ଏଭଳି ରିପୋର୍ଟ ଆସିବା ପରେ ସାଧାରଣ ଲୋକେ କ୍ଷୀରର ମାନକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି । ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର କ୍ଷୀରକୁ ଗରମ କରି ସେଥିରୁ ସାର ଅଂଶ ବାହାର କରିଦେବା ପରେ ଏହାକୁ ପ୍ୟାକେଟ କରି ବଜାରରୁ ଛାଡୁଥିବା ଲୋକେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ