ପଢ଼ା ପୂର୍ବରୁ ସମାଚାର ପାଠ

ମଧ୍ୟପ୍ରଦେଶ ଖଣ୍ଡୱାସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ବାଳିକା ବିଦ୍ୟାଳୟ ଖୋଲିବା ଆଗରୁ ପ୍ରାର୍ଥନା ବଦଳରେ ଛାତ୍ରୀମାନେ ଶିକ୍ଷକଶିକ୍ଷୟିତ୍ରୀ ଏବଂ ସହପାଠୀଙ୍କୁ ଦେଶ ବିଦେଶର ତାଜା ସମାଚାର ପଢ଼ି ଶୁଣାଇଥାନ୍ତି । ଏହା ଦ୍ୱାରା ପିଲାମାନଙ୍କ ସାଧାରଣଜ୍ଞାନ ବଢୁଛି, ତା’ ସହ ପିଲାମାନଙ୍କ ଭିତରେ ନୂଆ କଥା ଜାଣିବାର ଆଗ୍ରହ ମଧ୍ୟ ସୃଷ୍ଟି ହେଉଛି । କେବଳ ଏତିକି ନୁହେଁ, ଯଦି ଶିକ୍ଷାନୁଷ୍ଠାନର କୌଣସି ଛାତ୍ରୀଙ୍କ ଜନ୍ମଦିନ ଥାଏ ତେବେ ତାଙ୍କୁ ସାମୂହିକ ଭାବେ ଶୁଭେଚ୍ଛା ଜଣାଯାଇଥାଏ । ବିଦ୍ୟାଳୟରେ ଏସବୁ କାର୍ଯ୍ୟ ଲାଗି ପୃଥକ୍ ଭାବେ ସମୟ ନିର୍ଘଣ୍ଟ ତିଆରି କରାଯାଇଛି । ଏଥିଲାଗି ଦୈନିକ ସ୍ୱତନ୍ତ୍ର ଭାବେ ୨୦ ମିନିଟ୍ ସମୟ ଦିଆଯାଇଥାଏ । ଏସବୁ କାର୍ଯ୍ୟରେ ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ପୂର୍ଣ୍ଣ ସହଯୋଗ କରୁଛନ୍ତି । ପିଲାମାନଙ୍କୁ ସଙ୍ଗୀତ ଶିକ୍ଷାଠୁ ଆରମ୍ଭ କରି ଦେଶବନ୍ଦନା ଯାଏ ସବୁ ଶିକ୍ଷା ଦିଆଯାଉଛି । କେବଳ ଏତିକି ନୁହେଁ, ବିଦ୍ୟାର୍ଥୀଙ୍କୁ ପ୍ରେରଣା ଦେବା ଭଳି ଗୋଟିଏ ଗୋଟିଏ କାହାଣୀ ମଧ୍ୟ ଶୁଣାଯାଇଥାଏ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନକୁ ମହାପୁରୁଷଙ୍କ ଭଳି ଗଢ଼ି ତୋଳିବାକୁ ଆଗ୍ରହୀ ହେଉଛନ୍ତି । ଏହାକୁ ବାଦ୍ ଦେଲେ ପ୍ରତିଦିନ ପଞ୍ଚାଙ୍ଗ, ରାଶିଫଳ, ସୁବିଚାର କଳାପଟାରେ ଲେଖାଯାଇଥାଏ । “ଆମେ ଏକ, ଅଭିନ୍ନ, ଆମେ ସବୁ ଭାରତବାସୀ’ ସ୍ଲୋଗାନ୍‌ରେ ଗୁଞ୍ଜରିତ ହୁଏ ଶିକ୍ଷାନୁଷ୍ଠାନ ପରିସର । ଏପରି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ଦୁବେ କୁହନ୍ତି, ଦୁଇ ମାସ ହେଲା ଏହା ଆରମ୍ଭ ହୋଇଛି । ଏଥିଲାଗି ତାଲିକା ପ୍ରସ୍ତୁତ କରାଯାଇଛି । ଏକାଦଶ ଶ୍ରେଣୀର ଛାତ୍ରୀ ସୋଲେହା ଖାନା ଏବଂ କରୀନା ତିରୋଲେ କୁହନ୍ତି, ଦୈନିକ ଜଣେ ଛାତ୍ରୀଙ୍କୁ ମଞ୍ଚ ଉପରେ କହିବାର ସୁଯୋଗ ମିଳେ । ଏହା ଦ୍ୱାରା ପିଲାମାନଙ୍କ କଥନଶୈଳୀ ଉନ୍ନତ ଧରଣର ହୋଇପାରୁଛି । ତା’ ସାଙ୍ଗକୁ ଜ୍ଞାନ ମଧ୍ୟ ବଢୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ