ପଢ଼ିଆରିପଲ୍ଲି ବଣିଆପଙ୍କ ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ
ହାଟଡ଼ିହି,(ଯୁଗାଦ୍ଦନ୍ୟୁଜ):ପଢ଼ିଆରିପଲ୍ଲି ବଣିଆପଙ୍କ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦ୍ଯାପିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗୀତାକୁ ପଢ଼ିଆରିପଲ୍ଲି ସରପଞ୍ଚ ନିରୁପମା ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ, ଲମ୍ବଡିଆ, ଉଚ୍ଚ ଡିଆଁ, ସଟଫୁଟ ଥ୍ରୋ, ଡିସକସ ଥ୍ରୋ, ମିଉଜିକ ଚେୟାର, ଗଣିତ ଦୌଡ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ବିଜୟ କୁମାର ନାୟକ ଖେଳ ପରିଚାଳନା କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଢ଼ିଆରିପଲ୍ଲି ସରପଞ୍ଚ ନିରୁପମା ପାତ୍ର, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଏ.ସି.ବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ ଶିକ୍ଷାଦାନ ସହିତ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିମାନେ ଚମ୍ପିୟନ ହୋଇଥିବା ଅମିତ କୁମାର ସତପଥି, ଗାୟତ୍ରୀ ଜେନାଙ୍କ ସହିତ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ରମାକାନ୍ତ ବାରିକ, ଶ୍ରୀମତୀ ଶସ୍ମିତା ରଣା, ଶିକ୍ଷା କର୍ମଚାରୀ ପ୍ରାଣବନ୍ଧୁ ଦାସ, ରାମଚନ୍ଦ୍ର ସତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।