ପଢ଼ିଆରିପଲ୍ଲୀ ବିଦ୍ୟାଳୟରେ ବିଜ୍ଞାନ ମେଳା ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଜ୍ଞାନମେଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଉପାଦେୟ ପ୍ରକଳ୍ପ ପ୍ରଦର୍ଶିତ କରିତôଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବିଜ୍ଞାନମେଳାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ମେଳାରେ ନବମ ଓ ଦଶମ ଶ୍ରେଣୀର ୩୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋିଥିବାବେଳେ ଆଖ ପାଖ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟକ୍ରୀ ମାନେ ପ୍ରଦର୍ଶନୀରେ ଯୋଗଦେଇଥିଲେ । ଶିକ୍ଷକ ମାନସ କୁମାର ପାଣିଗ୍ରାହୀ, ଦିପ୍ତୀ ରଞ୍ଜନ ପଣ୍ଡା, ନିବେଦିତା ପାତ୍ର, ମନୋରମା ମାଝୀ, ସ୍ୱାଧୀନ ମହାପାତ୍ର, ବେଦପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।