ପୱନ ମୁଞ୍ଜଲ୍ଙ୍କୁ ଏସିଆରେ ଗଲ୍ଫର ବିକାଶ ପାଇଁ ଏସିଆନ୍ ଟୁର୍ ପକ୍ଷରୁ ସମ୍ବର୍ଦ୍ଧନା

ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ.ର ଅଧ୍ୟକ୍ଷ ପୱନ ମୁଞ୍ଜଲଙ୍କୁ ଏସିଆରେ ଗଲ୍ଫର ବିକାଶ ପାଇଁ ଏସିଆନ୍ ଟୁର୍ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏସିଆରେ ଗଲ୍ଫର ବିକାଶ ପାଇଁ ଦୀର୍ଘଦିନର ଅବଦାନ ନିମନ୍ତେ ମୁଞ୍ଜଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ଗଲ୍ଫର ତଥା ଏସିଆନ୍ ଟୁର୍ର ଖେଳାଳି ଶିବ କପୁରଙ୍କ ଦ୍ୱାରା ମୁଞ୍ଜଲ୍ଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଏସିଆନ୍ ଟୁର୍ର ୪ର୍ଥ ଥର ବିଜେତା ଶିବ କୁମାର କହିଲେ, “ପୱନ ମୁଞ୍ଜଲ ନିଜେ ଜଣେ ଗଲ୍ଫର । ସେ ଏସିଆନ୍ ଗଲ୍ଫର ବିକାଶ ପାଇଁ ଅୋନକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେ ହିରୋ ଇଣ୍ଡିଆନ୍ ଓପନକୁ ଗତ ୧୪ ବର୍ଷ ଧରି ପ୍ରୋତ୍ସାହିତ କରିଛନ୍ତି । ଏହା ସହିତ ହିରୋ ୱମେନ୍ ଇଣ୍ଡିଆନ୍ ଓପନ, ହିରୋ ୱାଲ୍ଡ ଚ୍ୟାଲେଞ୍ଜ୍ ଆଦିକୁ ମଧ୍ୟ ବିକାଶ ଦିଗରେ ଅଗ୍ରସର କରାଇଛନ୍ତି । ଏନେଇ ଆମେ ପୱାନ ମୁଞ୍ଜଲଙ୍କୁ ଧନ୍ୟବାଦ୍ ଜଣାଉଛୁ । ଏହି ଅବସରରେ ପୱନ ମୁଞ୍ଜଲ୍ କହିଲେ, “ଗଲ୍ଫ ଏକ ଗୁରୁତ୍ୱପୂର୍ଣ୍ଣ ଖେଳ । ଏହା ଆମକୁ ବନ୍ଧତ୍ୱର ଭାଷା ଶିଖାଇଥାଏ । ପ୍ରତିବର୍ଷ ଏହି ଖେଳର ବିକାଶ ଧାରା ଜାରି ରହିଛି । ଆମେ ପୃଥିୀ ବ୍ୟାପି ଗଲ୍ଫର ବିକାଶ ପାଇଁ ପ୍ରୟାସ ଜାରି ରଖିଛୁ । ପୱନଙ୍କ ନେତୃତ୍ୱରେ ହିରୋ କମ୍ପାନୀ ଏକ ନମ୍ବର ଦୁଇଚକିଆ ଯାନ ନିର୍ମାତା ଭାବେ ୨୦୦୧ଠାରୁ ୧୮ ବର୍ଷ ଧରି ବିକାଶ ପଥରେ ଅଗ୍ରସର ହେଉଛି । ହିରୋମୋଟା କର୍ପ ଗଲ୍ଫ, କ୍ରିକେଟ, ହକି ଏବଂ ଫୁଟବଲର ବିକାଶ ପାଇଁ ଗତ ଦୁଇ ଦଶନ୍ଧି ଧରି ପ୍ର୍ରୟାସ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ