ଫଆଉଣ୍ଡେସନ ଫର ଇକୋଲଜିକାଲ ସୋସାଇଟି ଏବଂ ମହିଳା ବିକାଶ ପ୍ରତଷ୍ଠାନ ଦ୍ୱାରା ମାସ୍କ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତ ସ୍ଥିତ ମହେନ୍ଦ୍ରଗିରି ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫାଉଣ୍ଡେସନ ଫର ଇକୋଲଜିକାଲ ସୋସାଇଟି ସହାୟତାରେ ମହିଳା ବିକାଶ ପ୍ରତିଷ୍ଠାନ ଦ୍ୱାରା ମହେନ୍ଦ୍ରଗିରି ମହାବିଦ୍ୟାଳୟର ୧୮୪ ଜଣ ଛାତ୍ରଛାତ୍ରୀ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୮ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ, ସାନିଟାଇଜର, ଅକ୍ସିମିଟର, ଥର୍ମମିଟର, ଫେସ କଭର ମାସ୍କ ଆଦି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆଇଡବ୍ଲ୍ୟୁଡି ଅନୁଷ୍ଠାର ସମ୍ପାଦିକା ମିନତି ପାଢୀ ଓ କର୍ମୀମାନଙ୍କ ସହାୟତାରେ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟଦର୍ଶିନି ପଟ୍ଟନାୟକଙ୍କ ସହ ଅଧ୍ୟାପକ ଅଧ୍ୟାପିକା ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମଲ୍ଲିକଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ମିଳତ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ କରୋନା କିଟ ପ୍ରଦାନ କରାଯାଇଥିଲା ।


