ଫକୀର ମୋହନ ନଗରରେ ବ୍ୟାସକବି ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀର ମୋହନ ନଗର ବିକାଶ ପରିଷଦ ପକ୍ଷରୁ ବ୍ୟାସକବିଙ୍କ ୧୮୧ତମ ଜୟନ୍ତୀ ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଭାପତି ଶଚୀନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ବ୍ୟାସକବିଙ୍କ ଭଳି ବିକାଶ ପୁରୁଷଙ୍କ ଯୋଗୁଁ ବାଲେଶ୍ୱର ସମ୍ପ୍ରତି ଦେଶ ବିଦେଶରେ ପରିଚିତ ବୋଲି କହିଥିଲେ । ଫକୀରମୋହନ ନଗରର ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବେ କ୍ଷିତୀଶ୍ୱର ଦାଶ ଫକୀରମୋହନଙ୍କ ଆତ୍ମଜୀବନୀ କିଭଳି ସାମାଜିକ ଚଳଣୀକୁ ପ୍ରଭାବିତ କରି ଏକ ଶୃଙ୍ଖଳିତ ସମାଜ ଗଠନ ପାଇଁ ପ୍ରେରଣା ଦେଉଛି ତାହାର ଅବତାରଣା କରିଥିଲେ । ସମ୍ମାନିତ ଅତିଥି ପୂର୍ବତନ ସଭାପତି ହୃଷିକେଶ ସାହୁ, ନଳିନୀ ରଞ୍ଜନ ପଣ୍ଡା, ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ଭାରତୀ, ରେମୁଣା ବ୍ଲକ ଚେୟାରମ୍ୟାନ ରାଜେନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଷଦର ସଂପାଦକ ଅଶୋକ ଦାସ ଏଥିରେ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ବିତ ବେହେରା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଭଗବାନ ବେହେରା, ପ୍ରଦୀପ ସାହୁ, ଜିତେନ୍ ଲେଙ୍କା, ରମେଶ କୁମାର ନାୟକ, ସନାତନ ବାରିକ, ୱାର୍ଡ଼ ସଭ୍ୟ ସ୍ନେହଲତା ଦେବୀ, ରଞ୍ଜିତା ରଣସିଂହ, ରେବତୀ ଘୋଷ, ପ୍ରୀତିଲତା ପାଲ, ମହେଶ୍ୱର ରଥ, ଗୋପୀନାଥ ଦାସ, ନିତ୍ୟାନନ୍ଦ ପାଲ ପ୍ରଭୃତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ