ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ତାଲିମ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ନିକୋନ କମ୍ପାନୀ ସୌଜନ୍ୟରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ସମ୍ପର୍କିତ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଫଟୋଗ୍ରାଫି ଜ୍ଞାନ କୌଶଳ ଉପରେ ଏକ ଦିନିକିଆ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଛତ୍ରପୁର, ବ୍ରହ୍ମପୁର, ରାଉଲକେଲା, ପୁରୀ, ଇଚ୍ଛାପୁର ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ବିଭିନ୍ନ ବର୍ଗର ଫଟୋଗ୍ରାଫେରମାନେ ଯୋଗଦେଇ ନିକୋନ କମ୍ପାନୀର କେମେରା ରୁ କ୍ୱାଲିଟି ଫଟୋ ଉତ୍ତୋଳନ କରିବାର ଜ୍ଞାନ କୌଶଳ ଉପରେ ତାଲିମ ଦିଆଯାଇଥିଲା । କର୍ମଶାଳାରେ ନିକୋନ ର ଟେକନିକାଲ ଅଫିସର ପଲ୍ଲବ ପାୱଲ ଯୋଗ ଦେଇ ଫୋଟଗ୍ରାଫି ଓ ଭିଡିଓ ଗ୍ରାଫି ବିଷୟରେ ତାଲିମ ପ୍ରଦାନ କରିଥିଲେ lଛତ୍ରପୁର ଫୋଟଗ୍ରାଫର ଆସୋସିଏସନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆନୁଷ୍ଠାନିକ ସଭା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ସମ୍ମାନୀୟ ଅତିଥି ଗଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ସହକାରୀ ତହସିଲଦାର ସ୍ମୃତି ସୌଭାଗ୍ୟ ସାହୁ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଓଡ଼ିଶା ଫୋଟୋଗ୍ରାଫି ଆସୋସିଏସନ ର ସମ୍ପାଦକ ଗୌରୀଶଙ୍କର ମହାଙ୍କୁଡ, ଯୁଗ୍ମ-ସମ୍ପାଦକ ମିଥୁନ ଜେନା, ପୁରୀ ଫୋଟୋ ଗ୍ରାଫି ଆସୋସିଏସନ ର ସମ୍ପାଦକ ସୁକାନ୍ତ ସାହୁ, ନିକୋନ କମ୍ପାନୀର ମାର୍କେଟିଂ ନିର୍ବାହୀ ଦେବାଂଷୁ ପଟ୍ଟନାୟକ, ବ୍ରହ୍ମପୁର ଶ୍ରୀଷ୍ଟ ଡିଜିଟାଲ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ମାଧବ ପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥୀ ଯୋଗଦେଇ ଏହି କର୍ମଶାଳାର ମହତ୍ତ୍ୱ ଉପରେ ପ୍ରତିପାଦନ କରିଥିଲେ । ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ସଭାରେ ସମ୍ମାନୀୟ ଅତିଥୀଗଣଙ୍କୁ ମାନପାତ୍ର ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ପ୍ରାୟତଃ ଏକଶହରୁ ଉର୍ଦ୍ଧ୍ବ ଫୋଟୋଗ୍ରାଫେର ପ୍ରତିନିଧିଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ଛତ୍ରପୁର ଫଟୋଗ୍ରାଫେର ଆସୋସିଏସନର ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ଦିଲୀପ କୁମାର ସାମଲ ଶେଷରେ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ