ଫଟୋଗ୍ରାଫି ୟୁନିୟନ ତରଫରୁ ପବିତ୍ର ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବାହୁଡା ଅବସରରେ ଆଇପିପିୟୁ ଓ ଗଜପତି ଜିଲ୍ଲା ଫଟୋଗ୍ରାଫି ୟୁନିୟନ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ କରିଥିବାର ଦେଖିବାକୁ ମିଳିଥିଲା । ୟୁନିୟନର ଭି.ଡିଲ୍ଲେଶ୍ୱର ରାଓ, ଶ୍ୟାମବାବୁ, ଶେଖର ପ୍ରମୁଖଙ୍କ ସହ ୟୁନିୟନର ବହୁ ସଦସ୍ୟଙ୍କ ସହଯୋଗରେ ଭକ୍ତ ବା ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଏଥିରେ ୧ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ବା ଭକ୍ତ ଖାଦ୍ୟ ଗ୍ରହଣ କରିଥିବାର ଜଣାପଡିଛି । ଏପରି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆଜି ପବିତ୍ର ବଡ ଏକାଦଶୀ ତଥା ବାହୁଡା ଉପଲକ୍ଷେ ପ୍ରବଳ ଜନସମାଗମ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା ।