‘ଫଣୀଦ କ୍ଷତିଗ୍ରସ୍ତ ଅଂଚଳରେ ବିଦୁ୍ୟତ ପୁନରୁଦ୍ଧାର ତ୍ୱରାନ୍ୱିତ ।

ସ୍ୱାଭାବିକ ସ୍ଥିତି ଫେରାଇବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ସଂସ୍ଥା ମାନଙ୍କର ମିଳିତ ପ୍ରଚେଷ୍ଟା ।
ଭୁବନେଶ୍ୱର : ଚଳିତ ମାସ ୩ ତାରିଖ ଦିନ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଧ୍ୱଂସଲୀଳା ରଚିଥିବା ବାତ୍ୟା ‘ଫଣୀଦ ପରବର୍ତ୍ତୀ ସମୟରେ ବିଦୁ୍ୟତ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆଜି ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ କେନ୍ଦ୍ରୀୟ ଶକ୍ତି ଓ ଟେଲି ଯୋଗାଯୋଗ ଶାସନ ସଚିବ ଅଜୟ କୁମାର ଭଲ୍ଲା ଏବଂ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ଅତ୍ୟଧିକ କ୍ଷତିଗ୍ରସ୍ତ ଅଂଚଳରେ ସ୍ୱାଭାବିକ ସ୍ଥିତି ଶିଘ୍ର ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ସଂସ୍ଥାମାନେ ମିଳିତ ଭାବେ କ୍ଷେତ୍ରସ୍ତରୀୟ କାମ କରିବାକୁ ବୈଠକରେ ସ୍ଥିର ହୋଇଛି । ଅଗ୍ରଗତି ସମୀକ୍ଷା କରି କେନ୍ଦ୍ରୀୟ ସଚିବ ଭଲ୍ଲା କହିଥିଲେ ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସହ ସମନ୍ୱୟରେ ବିଦୁ୍ୟତ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ବାସ୍ତବିକ୍‌ ପ୍ରଶଂସନୀୟ । ଶକ୍ତି ସଚିବ ହେମନ୍ତ କୁମାର ଶର୍ମା ଜଣାଇଥିଲେ ଯେ ବାତ୍ୟା ଯୋଗୁ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଆଦି ଜିଳ୍ଲାରେ ବିଦୁ୍ୟତ ଭିତ୍ତିଭୂମୀର ଗୁରୁତର କ୍ଷୟକ୍ଷତି ହୋଇଛି । ପ୍ରଭାବିତ ଜିଲ୍ଲାରେ ୩୧ଟି ଗ୍ରୀଡ୍‌,
୭୫ଟି ୨୨୦ କେ.ଭି. ଟାୱାର, ୪୦ଟି ୧୩୨ କେ.ଭି. ଟାୱାର ସଂପୂଣ୍ଣ ର୍ ନଷ୍ଟ ହୋଇଛି । ସେହିପରି ବଣ୍ଟନ ଓ ସଂରଚଣ ବ୍ୟବସ୍ଥାର ୪୪୧ଟି ୩୩/୧୧ କେ.ଭି., ସବ୍‌ଷ୍ଟେସନ୍‌, ୧୮୫୯ ଟି ଉଚ୍ଚକ୍ଷମତା ସଂପନ୍ନ ଫିଡର୍‌ ଏବଂ ୬୬,୦୩୨ଟି
ଟ୍ରାନ୍‌ସ୍‌ଫର୍‌ ପୂଣ୍ଣ ର୍ମାତ୍ରାରେ ନଷ୍ଟ ହୋଇଛି । ୨,୧୯,୪୦୫ଟି ଖୁଣ୍ଟର ପୁନଃ ନିର୍ମାଣ ଆବଶ୍ୟକ ଅଛି । ଗୁରୁତର ଭାବେ କ୍ଷତିଗ୍ରସ୍ତ ଜିଲ୍ଲା ମାନଙ୍କରେ ପ୍ରାୟ ୨୬.୩୬ ଲକ୍ଷ ଉପଭୋକ୍ତା ଏବଂ ବ୍ୟାପକ କ୍ଷତିଗ୍ରସ୍ତ ଜିଲ୍ଲାରେ ୧୮.୩୮ ଲକ୍ଷ ଉପଭୋକ୍ତାଙ୍କୁ ବିଦୁ୍ୟତ ଯୋଗାଣ ବ୍ୟବସ୍ଥା ନଷ୍ଟ ହୋଇଛି । ଏହି କ୍ଷତିଗ୍ରସ୍ତ ଉପଭୋକ୍ତାମାନେ ସେସୁ, ନେସ୍‌କୋ ଏବଂ ସାଉଥ୍‌କୋ କଂପାନୀ ଅନ୍ତର୍ଭୁକ୍ତ । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସେସୁ ଅଂଚଳରେ ୧୭,୦୫,୬୯୫, ନେସ୍‌କୋରେ ୧୪,୬୮,୪୪୭, ସାଉଥ୍‌କୋରେ ୬,୪୫୦୭୮ ଏହିପରି ସମୁଦାୟ ୩୮,୧୯, ୨୨୦ ଉପଭୋକ୍ତାଙ୍କୁ ବିଦୁ୍ୟତ ପୁନଃ ସଂଯୋଗ କରାଯାଇଛି । ଭୁବନେଶ୍ୱର କଟକ ବିଦୁ୍ୟତ ସର୍କିଟ୍‌ ପ୍ରାୟତଃ ସ୍ୱାଭାବିକତା ଆଡକୁ ଗତି କରୁଛି । ଆଜିସୁଦ୍ଧା ସେସୁ ଅଂଚଳରେ ଦୈନିକ ହାରାହାରି ୯୦୦ ମେଗାୱାଟ୍‌ ପାୱାର ଖର୍ଚ୍ଚ ହେଉଛି । ବାତ୍ୟା ପୂର୍ବ ଅବସ୍ଥାରେ ଏହି ଅଂଚଳରେ ଦୈନିକ ୧୩୦୦ ମେଗାୱାଟ୍‌ ଖର୍ଚ୍ଚ ହେଉଥିଲା । କଟକରେ ବାତ୍ୟା ପୂର୍ବରେ ୧୪୦ ମେଗାୱାଟ୍‌ ଖର୍ଚ୍ଚ ହେଉଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୧୦୦ ମେଗାୱାଟ୍‌ ଖର୍ଚ୍ଚ ହେଉଛି । ସେହିପରି ଭୁବନେଶ୍ୱରରେ ବାତ୍ୟା ପୂର୍ବରୁ ଦୈନିକ ହାରାହାରି ୨୫୦ ମେଗାୱାଟ୍‌ ଖର୍ଚ୍ଚ ହେଉଥିବା ବେଳେ ଆଜି ସୁଦ୍ଧା ୧୪୦ ମେଗାୱାଟ୍‌ ବିଦୁ୍ୟତ ଖର୍ଚ୍ଚ ହେଉଛି । ପୁରୀରେ ଦୁଇଟି ସର୍କିଟ୍‌ କୁ ଶିଘ୍ର କାର୍ଯ୍ୟକ୍ଷମ
କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି । ଇତିମଧ୍ୟରେ ଅଧିକ କୁଶଳୀ ମାନବ ସମ୍ବଳ ନିୟୋଜିତ କରାଯାଇଛି । ତ୍ୱରାନ୍ୱିତ କାମ ପାଇଁ ସେମାନଙ୍କର
ମଜୁରୀକୁ ମଧ୍ୟ ଦେଢ଼ ଗୁଣା ବଢ଼ା ଯାଇଛି । ଏହାଛଡା ୱାର୍କମ୍ୟାନ୍‌ ମାନଙ୍କ ପାଇଁ ମଧ୍ୟ ଖାଦ୍ୟ ବାବଦ ପାଉଣାକୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମରାମତି କାର୍ଯ୍ୟ ପାଇଁ ଅଧିକ ଯନ୍ତ୍ରପାତି, ସରଞ୍ଜାମ ଓ ଖୁଣ୍ଟ ଓ ଟ୍ରାନ୍‌ସ୍‌ଫର୍‌ମର୍‌ ଆଦି ସଂଗ୍ରହ
ତ୍ୱରାନ୍ୱିତ ହୋଇଛି । ବିଭିନ୍ନ ସ୍ଥାନରେ ୱାର୍କମ୍ୟାନ୍‌ ଏବଂ ଗ୍ୟାଙ୍ଗ୍‌ ମାନଙ୍କର ରହିବା, ଖାଇବା ଓ ସ୍ୱାସ୍ଥ୍ୟ ସେବା ପାଇଁ କ୍ୟାମ୍ପ ମାନ ସ୍ଥାପନ କରାଯାଇଛି । ଆନ୍ଧ୍ର, ତେଲେଙ୍ଗାନା, ବିହାର ଏବଂ ପଶ୍ଚିମ ବଙ୍ଗଳାରୁ ଅଧିକ ୪୦୦ ଗ୍ୟାଙ୍ଗ୍‌ ଆଣିବାର
ବ୍ୟବସ୍ଥା କରାଯାଇଛି । ଖୁବ୍‌ ଶିଘ୍ର ସ୍ୱାଭାବିକ ଅବସ୍ଥା ଫେରାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାମାନେ ମିଳିତ ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ରୀୟ ସଚିବ ଭଲ୍ଲାଙ୍କ ସହ ଭାରତ ସରକାରଙ୍କର ବିଦୁ୍ୟତ, ଟେଲିକମ୍‌ ଏବଂ ବ୍ୟାଙ୍କ୍‌ ବିଭାଗର ୮ ଜଣ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ଶାସନ ସଚିବ ଜେ.ଭେନୁଗୋପାଳ, ଶକ୍ତି ସଚିବ ହେମନ୍ତ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର
ମୀନାଙ୍କ ସମେତ ପି.ଜି.ସି.ଆଇ.ଏଲ୍‌, ଏନ୍‌.ଟି.ପି.ସି, ଓ.ପି.ଟି.ସି.ଏଲ୍‌ ବିଭିନ୍ନ ଟେଲିକମ୍‌ କଂପାନୀ ମାନଙ୍କର ଉଚ୍ଚ ପଦସ୍ଥ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ