ଫନିକୁ ବିତିଲା ୩୦ଦିନ ତୁରନ୍ତ ବିଦ୍ୟୁତ ସଂଯୋଗ ଦାବିରେ ଆନ୍ଦୋଳନ

ନିରାକାରପୁର (ଯୁଗାବ୍ଦ ନ୍ୟୁଜ୍): ସାମୁଦ୍ରିକ ଝଡ଼ ଫାନିର ୩୦ ଦିନ ପରେ ବି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଜନଜୀବନ ସ୍ୱାଭାବିକ ହୋଇ ପାରିନାହିଁ । ମୁଖ୍ୟତଃ ବିଦ୍ୟୁତ ସେବାରୁ ଅଦ୍ୟାବଧି ଆହୁରି ୬୦ଭାଗ ଅଞ୍ଚଳ ବାଦ ପଡ଼ି ରହିଛନ୍ତି । ଠିକାଦାର ଓ ଆନ୍ଧ୍ରାରୁ ଆସିଥିବା ବିଦ୍ୟୁତ କର୍ମଚାରୀଙ୍କ ସହଯୋଗରେ କାର‌୍ୟ୍ୟ ଜାରି ରହିଥିବାବେଳେ ନିରାକାରପୁର ବିଦ୍ୟୁତ ସେକ୍ସନ ଅଧୀନସ୍ଥ କଣାସ ଅଞ୍ଚଳର ବିଭିନ୍ନ ଗ୍ରାମ ଅନ୍ଧକାରରେ ରହିଛି । ଅସହ୍ୟ ଗରମ ସାଙ୍ଗକୁ ଦୈନନ୍ଦିନ ଜୀବନରେ ବିଦ୍ୟୁତର ଆବଶ୍ୟକତା ଜନସାଧାରଣଙ୍କ ଅସ୍ତବ୍ୟସ୍ତ କରିପକାଉଛି । ଫାନିରେ ବହୁ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର ନଷ୍ଟ ହୋଇଯାଇଥିବାବେଳେ ଏହାର ମରାମତି କାର‌୍ୟ୍ୟ ମନ୍ଥର ଗତିରେ ଚାଲୁଛି ଓ ଦଦାଲଙ୍କ ପ୍ରିୟାପ୍ରୀତି ତୋଷଣ ନୀତି ଯୋଗୁ କାର‌୍ୟ୍ୟ ବିଳମ୍ବ ହେଉଥିବା ପ୍ରତିବାଦରେ ସୋମବାର ନିରାକାରପୁର ବିଦ୍ୟୁତ କାର‌୍ୟ୍ୟାଳୟ ଆଗରେ କଣାସ ଅଞ୍ଚଳର ଉପଭୋକ୍ତାମାନେ ସକାଳ ୯ରୁ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ ଧାରଣାରେ ବସି ଆନ୍ଦୋଳନ କରିଥିଲେ । ପରେ ଘଟଣାସ୍ଥଳକୁ ଖୋର୍ଦ୍ଧା ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ, ଡିଜିଏମ ବି. ମନୋଜ କୁମାର ଓ ଜଙ୍କିଆ ଏସଡିଓ ପ୍ରତ୍ୟୁଷ କୁମାର ସାହୁ ପ୍ରମୁଖ ଆସି ଆଜି ସନ୍ଧ୍ୟା ସୁଦ୍ଧା ଓହ୍ଲାଣ ପର‌୍ୟ୍ୟନ୍ତ ୧୧ କେଭି ବିଦ୍ୟୁତ ସଂଯୋଗ କରାଯିବା ସହିତ ଆଗାମୀ ୧୦ ଦିନ ମଧ୍ୟରେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରାଯିବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ