ଫନିର ସଫଳ ମୁକାବିଲା ପାଇଁ ପୁଲିସ୍ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର:(ଯୁଗାବ୍ଦ ନ୍ୟୁଜ)- ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ବାତ୍ୟା ଫନିର ସଫଳ ମୁକାବିଲା ଓ ସଦ୍ୟ ସମାପିତ ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ଅଞ୍ଚଳର ପୁଲିସ୍ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଘର ସଭାପତି ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ) ଏହି କ୍ରମରେ ଜୋନ୍ -୬ ର ଏ.ସି.ପି. ଶ୍ରୀ ତରୁଣ କୁମାର ଦାସ, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ଓ ବିଶ୍ୱଜିତ୍ ମହାନ୍ତିଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ପୃଥକ୍ ପୃଥକ୍ ଭାବେ ଭେଟି ବାତ୍ୟା ଫନିର କରାଳ ବିଭୀଷିକାରେ ଅସ୍ତବ୍ୟସ୍ତ ହୋଇଯାଇଥିବା ଅ ଳର ରାସ୍ତାଘାଟର ସଫେଇ, ବିଦ୍ୟୁତ୍, ପାନୀୟଜଳ ଇତ୍ୟାଦି ଅତ୍ୟାବଶକ ସେବାର ପୁନଃଉଦ୍ଧାର, କାର୍ଯ୍ୟରତ କର୍ମଚାରୀମାନଙ୍କ ସୁରକ୍ଷା, ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ସହିତ ଅଞ୍ଜଳରେ ନୂତନ ଭାବେ ଯୋଗଦାନ କରି ମଧ୍ୟ ସାଧାରଣ ନିର୍ବାଚନ ଭଳି ଗୁରୁଦାୟିତ୍ୱକୁ ସଫଳତାର ସହ ଶେଷ କରାଇ ପାରିଥିବାରୁ ପୁଲିସ୍ର ଭୂମିକାକୁ ପ୍ରଶଂସା କରିବା ସହ ପୁଷ୍ପଗୁଚ୍ଛ ଓ ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ଅ ଳର ବିଭିନ୍ନ ସମସ୍ୟା ବିଶେଷ କରି ଲୁଟ୍ପାଟ୍, ବରିଷ୍ଠ ନାଗରିକ ଓ ମହିଳାମାନଙ୍କ ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥା, ପେଟ୍ରୋଲିଙ୍କ୍ ତଥା ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିବା ସହ ଯେକୌଣସି ପରିସ୍ଥିତିରେ ସହଯୋଗର ହାତ ବଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ସଂଘର ଏହି ଆଭିମୁଖ୍ୟକୁ ଅଧିକାରୀମାନେ ସ୍ୱାଗତ କରିବା ସହ ପୁଲିସ୍ ପବ୍ଲିକ୍ ସମନ୍ୱୟ କ୍ଷେତ୍ରରେ ଯୁବ ଗୋଷ୍ଠୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ