ଫନି କୁ ନେଇ ଆଇଏମଡିର ପୁର୍ବାନୁମାନ

ବ୍ରହ୍ମପୁର(ଯୁଗାବ୍ଦ ନ୍ୟୁଜ) ଘଣ୍ଟା ପ୍ରତି ୧୫ କି.ମି ବେଗରେ ମାଡି ଆସୁଥିବା ସାମୁଦ୍ରିକ ଝଡ ଫୋନି ସାଇକ୍ଲୋନିକ ଷ୍ଟମର ରୁପ ନେଇସାରିଛି । ଏହାର ମୁକାବିଲା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷପେ ଗ୍ରହଣ କରୁଛନ୍ତି । ଏହାର କେନ୍ଦ୍ର ସ୍ଥଳ ଦକ୍ଷିଣ ପଶ୍ଚିମ ଦିଗ ୪୫୦ କିମି ରେ କେନ୍ଦ୍ରୀଭୁତ ହୋଇଛି ଏହା ବିଶଖାପାଟଣା ଠାରୁ ୨୩୦ କିମି ରେ ପୁର୍ବକୁ କେନ୍ଦ୍ରୀଭୁଜ ହୋଇଛି । ତେବେ ଅନୁମାନ କରାଯାଉଛି ଏହା ଆସନ୍ତା କାଲି ସୁଦ୍ଧା ଗୋପାଳପୁର – ଚାନ୍ଦବାଲି ମଧ୍ୟରେ ପୁରୀ ଦେଇ ଅତିକ୍ରମ କରିବ । ଆଇଏମଡି ଏବିଜି ମୃତ୍ୟୁଞ୍ଜୟ ମହାପାତ୍ର ସୁଚନା ଦେଇଛନ୍ତି ଯେ ଫନି ର ବିଶେଷ ପ୍ରଭାବ ଓଡିଶା ଉପକୁଳରେ ପଡିନାହିଁ । ଆଜିଠାରୁ ଉପକୁଳ ବର୍ତ୍ତୀ ଜିଲ୍ଲା ଗୁଡିକରେ ସମୁଦ୍ର ଅଶାନ୍ତ ରହିବା ସହିତ ୫୦ ରୁ ୬୦ କିମି ବେଗରେ ପବନ ବୋହିବ ଷ ଏହା ଧୀରେ ଧୀରେ ପବନର ବେଗ ବୃଦ୍ଧି ପାଇବ । ତେବେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ଫନିର ବେଗ ଅଧିକ ରୁହେ ତେବେ ଆସନ୍ତାକାଲି ୨ଟାରୁ ୫ଟା ସାମୁଦ୍ରିକ ବାତ୍ୟା ଓଡିଶା ଉପକୁଳ ଛୁଇଁପାରେ ବୋଲି ଅନୁମାନ କରୁଛି ଆଇଏମଡି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ