ଫନି ପରବର୍ତ୍ତୀ ସ୍ଥିତିର ପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ କ୍ୟାବିନେଟ ସଚିବଙ୍କ ସହ ଆଲୋଚନା
ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ)ଫନି ପରବର୍ତ୍ତୀ ସ୍ଥିତିର ପରିଚାଳନା ବିଷୟରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଫନି କ୍ଷତିଗ୍ରସ୍ଥ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ଥିତିରେ ସୁଧାର ଆସିଥିବାବେଳେ ସମ୍ପୁର୍ଣ୍ଣ ରୁପେ କ୍ଷତି ଗ୍ରସ୍ଥ ହୋଇଥିବା ବିଦ୍ୟୁତ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟର ତ୍ୱରାନ୍ୱିତ କରାଯାଉଛି । ଉକ୍ତ କାର୍ଯ୍ୟରେ ୪ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗଞ୍ଜାମ , ଯାଜପୁର, ବାଲେଶ୍ୱରରେ ଶତ ପ୍ରତିଶତ ପୁନରୁଦ୍ଧାର କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ସ୍ଥିତିରେ ବହୁ ସୁଧାର ଆସିଛି ।ଭୁବନେଶ୍ୱର, ଖୋର୍ଧା, ଓ ପୁରୀର କ୍ଷତିଗ୍ରସ୍ଥ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଉପଭୋକ୍ତାଙ୍କୁ ବିଦ୍ୟୁତ ଣେଯାଗାଣ ଆରମ୍ଭ କରାଯାଉଥିବାବେଳେ ମୋବାଇଲ ଫୋନ ଓ ଡାଟା କନେକ୍ଟିଭ ନଥିବାରୁ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ପରିଚାଳନାରେ ଅସୁବିଧା ସୃଷ୍ଟି ହେଉଛି । ତେଣୁ ଏହି ସଂଯୋଗ ପୁନରୁଦ୍ଧାର କରିବାକୁ ସଂପୃକ୍ତ କମ୍ପାନୀ ଓ ନିଗମ ମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସା ପାଢୀ କ୍ୟାବିନେଟ ସଚିବଙ୍କୁ ଅନୁରୋଧ କରିଛନ୍ତି । ପୁର୍ବରୁ ଆଜବେଷ୍ଟ ଘର ଥିବା ପରିବାରମାନେ ଏସ.ଇ.ସି.ସି ତାଲିକା ଅନ୍ତର୍ଭୁକ୍ତ ନଥିଲେ । ଫନୀ ବାତ୍ୟା ସେମାନଙ୍କୁ ବାସଗୃହହରା କରିଛି । ଏପରି ପରିବାର ମାନଙ୍କୁ ଗ୍ରାମୀଣ ଗୃହ ଯୋଗାଣ ଯୋଜନାରେ ସାମିଲ କରାଯିବ । ଇଣଣ୍ଟରନେଟ ନଥିବା କାରଣରୁ ଅନଲାଇନ ଆଡଭାନ୍ସ ଜେଇଇ ପରୀକ୍ଷା ପାଇଁ ଦରଖାସ୍ତ ଦେବା ସମ୍ଭବ ହୋଇପାରିନାହିଁ । ଉନ୍ନୟନ କମିଶନର ଅସିତ କୁମାର ତ୍ରୀପାଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁୁପଦ ସେଠୀ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫେରେନ୍ସିଂରେ ଯୋଗ ଦେଇ ଆଲୋଚନା କରିଥିଲେ । ମଙ୍ଗଳବାର କ୍ୟାବିନେଟ ସଚିବ ପ୍ରଦୀପ କୁମାର ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସଂକଟ ପରିଚାଳନା କମିଟି ବୈଠକରେ ଉକ୍ତ ବିଷୟ ନେଇ ଆଲୋଚୋନା କରାଯାଇଥିଲା ।