ଫନି ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି
ଫନି ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ କିପରି ଧନଜୀବନ ସୁରକ୍ଷା ରହି ପାରିବ ସେଥିଲାଗି ଗୁରୁବାର ଦକ୍ଷିଣାଞ୍ଚଳ ଆଇଜିଙ୍କର ସମ୍ମିଳନୀଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଆଇପିଏସ ଅଫିସର ତଥା ଆଇଜି ଅମିତାଭ ଠାକୁରଙ୍କ ଅଧ୍ୟତା କରିଥିଲେ । ଅନ୍ୟମାନମଙ୍କ ମଧ୍ୟରେ ଗଞ୍ଜାମ ଏସପି ବ୍ରିଜେସ ରାୟ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ୩ତାରିଖରେ ବବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବାରୁ ସମୁଦ୍ରକୁଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ସେଥିଲାଗି ବୈଠକରେ ଆଇଜି ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ଗୋପାଳପୁର,ଗୋଳାବନ୍ଧ,ଚିକିଟି ଆଦି ଅଞ୍ଚଳରେ ଏହି ବାତ୍ୟା ଯୋଗୁଁ ଅଧିକ କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି । ଏହି ସବୁ ଥାନା ଅଞ୍ଚଳର ବିଶେଷ ଦୃଷ୍ଟି ଦେବା ପାଇଁ ଉପସ୍ଥିତ ଥିବା ଥାନା ଅଧିକାରୀଙ୍କୁ ପରାମାର୍ଶ ଦେଇଥିଲେ । ବର୍ଷା ବାତ୍ୟା ଫଳରେ ରାସ୍ତା ଉପରେ ଗଛ ଓ ବିଦ୍ୟୁତ ଖୁଣ୍ଟି ପଡିବାର ସମ୍ଭାବନା ଥିବାରୁ କିପରି ଏହାର ତୁରନ୍ତ ନିରାକରଣ କରାଯାଇ ପାରିବ ସେ ନେଇ ପରାମର୍ଶ ଦେଇଥିଲେ ।