ଫନି ପାଇଁ ସହାୟତା ପ୍ରଦାନ କଲେ ହିଂଜିଳି ତହସିଲ କର୍ମଚାରୀ, ପ୍ରାଥମିକ ଶିକ୍ଷକ ଓ ବିଜେଡ଼ି ନେତା
ହିଂଜିଳିକାଟୁ, (ଶେଷଦେବ ସାହୁ): ଚଳିତ ମାସ ୩ ତାରିଖରେ ସାମୁଦ୍ରିକ ଝଡ଼ ଫନିରେ ପୁରୀ, ଭୂବନେଶ୍ୱର, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବାତ୍ୟାରେ ସମ୍ପୂଣ୍ଣ ପ୍ରଭାବିତ ଓ ବିପନ୍ନ ମାନଙ୍କୁ ସହାୟତା ଦେବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରୀ ରଖିଛନ୍ତି ।ସବୁଆଡ଼ୁ ସହାୟତାର ସୁଅ ଛୁଟିଛି । ଏହି ଉପଲକ୍ଷେ ହିଂଜିଳି ତହସିଲ ପକ୍ଷରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତ୍ୟେକ ୧ ହଜାର ଟଙ୍କା ଲେଖାଏର୍ ପ୍ରଦାନ କରିଥିଲେ । ସମୁଦାୟ ୫୦ ହଜାର ଟଙ୍କା ଜମା କରାଯାଇ ଉକ୍ତ ଅର୍ଥକୁ ତହସିଲଦାର ଗୋପିନାଥ କୁଅଁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି । ସେହିପରି ହିଂଜିଳିକାଟୁ ବ୍ଳକର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସ୍ଥାନୀୟ ବ୍ଳକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଇପିଲି ଋଷିଆଙ୍କ ନେତୃତ୍ୱରେ ଏକ ଟିମ ଛତ୍ରପୁର ଯାଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେକୁ ସହାୟତା ରାଶି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା, ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀ, ଶିକ୍ଷକ କଲ୍ୟାଣ ସମିତିର ସଭାପତି ପୂର୍ଣ୍ଣଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ହିଂଜିଳିକାଟୁ ପୌରାଂଚଳର ବିଜେଡ଼ି ନେତା ମାନେ ଭୂବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଉକ୍ତ ଟିମରେ ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ଶିବରାମ ଗୌଡ଼,ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ବିଭୁପ୍ରସାଦ ପଣ୍ଡା, ନିଳମଣି ପଟ୍ଟନାୟକ, ପ୍ୟାରୀ ମୋହନ ପାଢି, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ରୋହିତ ବିଷୋୟୀ, ଯୁଧିଷ୍ଟିର ସ୍ୱାଇଁ, ସରୋଜ କୁମାର ପଣ୍ଡା, କିରଣ ପଟ୍ଟନାୟକ, ଜଟି ମହାରଣା, ରମେଶ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।


