ଫନି ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ କଲା ରାଜ୍ୟ ନାଗରିକ ସମାଜ

ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ) : ଭୟଙ୍କର ବାତ୍ୟା ଫନିର ପ୍ରଭାବରେ ଓଡ଼ିଶାର ପ୍ରାୟ ଅଞ୍ଚଳ ବ୍ୟାପକ ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ ଲୋକମାନେ ବେସାହାରା ହୋଇପଡ଼ିଛନ୍ତି । ବିଶେଷକରି ଖାଇବା ପାଇଁ ଖାଦ୍ୟ ଓ ପାନୀୟ ଜଳର ଘୋର ଅଭାବ ଦେଖାଦେଇଥିବା ବେଳେ ଲୁଗାପଟା ମଧ୍ୟ ଏକ ବିଶେଷ ସମସ୍ୟା ସୃଷ୍ଟି କରିଛି । ଏହି ବାତ୍ୟାରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ପ୍ରମୁଖ ଜିଲ୍ଲାଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହି ପରିସ୍ଥିତିରେ ରାଜ୍ୟ ନାଗରିକ ସମାଜ ତରଫରୁ ଗତ ଦୁଇଦିନ ଧରି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଚଣ୍ଡି ବ୍ରହ୍ମପୁର, ରୁଷିପଡ଼ା ଗ୍ରାମ ତଥା କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ବ୍ଲକର କୁଳସିଠାଳୋରେ ବାତ୍ୟାରେ ଅତ୍ୟନ୍ତ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚୁଡ଼ା, ଚିନି, ବିସ୍କୁଟ, ଦିଆସିଲ୍, ମହିଳା ଓ ପୁୁରୁଷଙ୍କ ପାଇଁ ଲୁଗା, ଗାମୁଛା ପ୍ରଭୃତି ବଣ୍ଟନ କରାଯାଇଥିଲା । ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ, ସମାଜସେବୀ ଇନ୍ଦିରା ଦାଶ, ରାଜେଶ ବେହେରା, ପଲ୍ଲବୀ ମଙ୍ଗରାଜଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ଏହି ସହାୟତା ପ୍ରଦାନ କରାଯାଇଥିଲା । ଆଗକୁ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ନାଗରିକ ସମାଜ ତରଫରୁ ଅତ୍ୟନ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ସହୟତା ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ରଥ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ