ଫନି ପ୍ରଭାବିତ ଅଂଚଳରେ ରେଡକ୍ରସ ତରଫରୁ ସେବା ପ୍ରଦାନ ,ସାମିଲ ହେଲେ କଲେଜ ସ୍ୱେଚ୍ଛାସେବୀ

ଫନୀ ପ୍ରଭାବିତ ଅଂଚଳ ଭୂବନେଶ୍ୱର ,ପୁରୀ ,ଏବଂ ଖୋର୍ଦ୍ଧା ଅଂଚଳରେ ଭାରତୀୟ ରେଡକ୍ରସ ସୋସାଇଟିଓଡିଶା ରାଜ୍ୟ ଶାଖା ଅବତୈନିକ ଶାଖା ତରଫରୁ ସଂପାଦିକା ମେଜର କଳ୍ପନା ଦାସଙ୍କ ନେତୃତ୍ୱରେ ରିଲିଫ ସେବା ବଣ୍ଟନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସର ଉପଦେଷ୍ଟା ଓ ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ସଂଯୋଜକ ବି .ଗୋବିନ୍ଦ ରାଉତ ,ଙ୍କ ନେତୃତ୍ୱରେ ଆଚଳିକ ମହାବିଦ୍ୟାଳୟ କ୍ଷତ୍ରିୟବରପୁର ,ବିଦ୍ୟାଳୟ ଜଗନ୍ନାଥପ୍ରସାଦ ,କ୍ଷେତ୍ରମୋହନ ମହାବିଦ୍ୟାଳୟ ,ନରେନ୍ଦ୍ରପୁର ଏନ୍ ବିସି ,କେନ୍ଦୁପଦର ,ହିଞ୍ଜିଳିକାଟୁ ମହାବିଦ୍ୟାଳୟ ,ମାଣିତରା ମହାବିଦ୍ୟାଳୟ ,ସ୍ୱେଚ୍ଛା ସେବୀ ମାନେ ପୁରୀ ,ବ୍ରହ୍ମଗିରି ,କୃର୍ଷ୍ଣପ୍ରସାଦ ,ଚିଲିକା ,ବଳଙ୍ଗା ,ଭୂବନେଶ୍ୱର ଆଦି ଅଂଚଳରେ ଖାଦ୍ୟ ,ଲୁଗା ,ମସୁରୀ ଆଦି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ୧୫ ଦିନ ଧରି ଚାଲିଥିଲା । ଏଥିରେ ଜଗନ୍ନାଥ ପ୍ରସାଦ ରୁ ସରୋଜ କୁମାର ନାୟକଙ୍କ ନେତୃତ୍ୱଧିନ ବିଭୁତି ଭୂଷଣ ସାହ ୁ ,ବିଭୁତି ଭୁଷଣ ପଟ୍ଟନାୟକ ,ଗୋପାଳ ନାୟକ , ଚନ୍ଦନ ବିଶ୍ୱାଳ , ନିରଞ୍ଜନ ଆରୁଖ ,ଦୀପକ ବେହେରା ,ଗଙ୍ଗାଧର ଭୋଇ ,ଚିନ୍ମୟ ପୋଲାଇ , କାହ୍ନୁଚରଣ ସ୍ୱାଇଁ , ଶଂଶାଙ୍କ ଶେଖର ,ଲୋକନାଥ ସାହୁ ,ଗଣେଷ ଚନ୍ଦ୍ର ନାୟକ , ସହଯୋଗ କରିଥିଲେ । ଯୁବ ରେଡକ୍ରସ ମଧରୁ ଡକ୍ଟର ବିଜୟ ଚନ୍ଦ୍ର ଖଟେଇ ,ବି ଗୋବିନ୍ଦ ରାଓ , ଦିଲ୍ଲୀପ କ ୁମାର ଆଚାର୍ଯ୍ୟ ,ଡ ପ୍ରଦୀପ ଷଡଙ୍ଗୀ , ପ୍ରମୁଖ ନେତୃତ୍ୱନେଇ ଦାଇତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ