ଫନି ପ୍ରଭାବିତ ଅଞ୍ଚଳରେ ଥଇଥାନ ପାଇଁ ଏସ୍.ୟୁ.ସି.ଆଇ (ସି)ର ଦାବି

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଥଇଥାନ, ପୁର୍ନଗଠନ ତଥା କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ କ୍ଷତିପୂରଣ, ଭଙ୍ଗାଘର ତୁରନ୍ତ ନିର୍ମାଣ, ପାନୀୟ ଜଳ ଓ ରନ୍ଧା ଖାଦ୍ୟ ପ୍ରଦାନ, ଅସଜଡ଼ା ବିଦ୍ୟୁତ୍ ଓ ଟେଲିକମ୍ ସେବାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, କ୍ଷତିଗ୍ରସ୍ତ ଅଞ୍ଚଳରେ ମେଡ଼ିକାଲ ସେବା ଯୋଗାଣ ତଥା ଅତ୍ୟାବଶ୍ୟକୀୟ ସେବାକୁ କାର୍ଯ୍ୟକ୍ଷମ କରିବା ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏସ୍.ୟୁ.ସି.ଆଇ. (ସି) ଓଡ଼ିଶା ରାଜ୍ୟ କମିଟି ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ମେ ୩ ତାରିଖରେ ଫନି ଓ ଏଥିଯୋଗୁ ପ୍ରବଳ ବର୍ଷା ଫଳରେ ରାଜ୍ୟ ୧୪ଟି ଜିଲ୍ଲାର ୧ କୋଟିରୁ ଉଦ୍ଧ୍ୱର୍ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ସାରା ରାଜ୍ୟରେ ପାନୀୟ ଜଳ ଅଭାବ ସହ ଖାଦ୍ୟ ପାଇଁ ହାହାକାର ଅବସ୍ଥା ସୃଷ୍ଟି ହୋଇଛି । ତେଣୁ ବାତ୍ୟା ପରବର୍ତ୍ତୀ ସଙ୍କଟକୁ ପ୍ରତିହତ କରିବାକୁ ଏସ୍.ୟୁ.ସି.ଆଇ. (ସି) ଓଡ଼ିଶା ରାଜ୍ୟ କମିଟି ତରଫରୁ ଦୃଢ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ