ଫନି ବାତ୍ୟା ସହାୟତା ସମ୍ପର୍କରେ କେନ୍ଦ୍ରାପଡା ବ୍ଲକରେ ଆଲୋଚନା ବୈଠକ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ପଂଚାୟତ ସମିତି ସଭା ଗୃହରେ ମଙ୍ଗଳବାର ଗତ ଫନି ବାତ୍ୟା ସହାୟତା ଲୋକମାନଙ୍କୁ ପ୍ରଦାନ ସମ୍ପର୍କରେ ଏକ ଆଲୋଚନା ବୈଠକ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗତ ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ବାସଗୃହ ସମେତ କଚା ଚାଳଛପର ଘର ଥିବା ଜନସାଧାରଙ୍କ ଏକ ତାଲିକା ପ୍ରସ୍ତୁତ କରିଯିବା ସହ ଯେଭଳି ଏହି ସହାୟତାରୁ କୈାଣସି କ୍ଷତିଗ୍ରସ୍ତ ବଂଚିତ ନହୁଅନ୍ତି ସେଥିପ୍ରତି ଜନପ୍ରତିନିଧିମାନେ ଧ୍ୟାନଦେବାକୁ ଅଧ୍ୟକ୍ଷ ଶ୍ରୀ ଧଳ ପରାମର୍ଶ ଦେଇଥିଲେ । ବୈଠକରେ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ,ବିଡିଓ ସୁଧିର କୁମାର ସିଂଙ୍କ ସମେତ ସମସ୍ତ ସରପଂଚ,ସମିତିସଭ୍ୟ/ସଭ୍ୟା ଓ ପଂଚାୟତ ନିର୍ବାହୀ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସ୍ୱଛତା ଆଣିବା ପାଇଁ କୃଷକମାନଙ୍କ ଚିହ୍ନଟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ