ଫନି ମହାବାତ୍ୟାରେ ସାହାର୍ଯ୍ୟର ହାତ ବଢାଇଥିଲେ ପ୍ରତାପ ସାହୁ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଗତ ୩ ତାରିଖରେ ଘଟି ଯାଇଥିବା ‘ଫନି’ ପ୍ରଳୟଙ୍କରୀ ମହାବାତ୍ୟାର ପ୍ରଭାବରେ ୧୩ଟି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ଘଟିବା ସହିତ ଲୋକମାନେ ପିଇବା ପାଇଁ ପାଣି, ଖାଇବା ପାଇଁ ଖାଦ୍ୟ, ରହିବା ପାଇଁ ଘର ଓ ପିନ୍ଧିବା ପାଇଁ ଖଣ୍ଡେ ବସ୍ତ୍ର ପାଇଁ ହଇରାଣ ହରକତ ହେଉଥିଲେ ତାହା ଏପଯ୍ୟନ୍ତ ଲୋକଙ୍କ ମନରୁ ଲଭିନାହିଁ । ସେହି ସମୟରେ ମଧ୍ୟ ସମସ୍ତେ ବିଜୁଳି ବିନା ନିଜ ଘରକୁ ଟିକେ ଆଲୋକିତ କରିବା ପାଇଁ ନିଜ ଇନ୍ଭର୍ଟର, ଟର୍ଚ୍ଚ, ମୋବାଇଲ୍ରୁ •ର୍ଜ ସରିଯାଇଥିବାରୁ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବା ସହ ନିଜର ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିପାରିନଥିଲେ । ସେହି ବିପଦ ସମୟରେ କିଛି ଲୋକମାନେ ନିଜର ମୋବାଇଲ୍ ଟିକେ •ର୍ଜ କରିବା ପାଇଁ ହଇରାଣ ହରକତ ହେଉଥିବା ବେଳେ ଏହି ସମୟରେ କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ସାହାଯ୍ୟ କରିବା ବଦଳରେ ବରଂ ତାଙ୍କ ଠାରୁ ଜୋର ଜବରଦସ୍ତ ଗୋଟିଏ ମୋବାଇଲ •ର୍ଜ କରିବା ପାଇଁ ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ନେଉଥିଲେ । ଏହି ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଦେବଦୂତ ସାଜି ଜଣେ ଯୁବକ ଆସି ପହଞ୍ôଚ ଯାଇଥିଲେ ସେମାନଙ୍କ ନିକଟରେ । ଯୁବକ ଜଣଙ୍କ ତାଙ୍କ ବାଇକ୍ ପଛପଟେ ଗୋଟିଏ ଜେନେରେଟର, କିଛି କିରୋସିନ୍ ତେଲ ଓ ୩୦ରୁ ୪୦ଟି ପ୍ଲକ ଧରି ଭୁବନେଶ୍ୱରର ବିଭିନ୍ନ ବସ୍ତି, ରାସ୍ତାକଡ଼ ଯଥା : ଜୟଦେବ ବିହାର, ବାଣୀବିହାର, ମାଷ୍ଟର କ୍ୟାଣ୍ଟିନ, ସାଲିଆସାହି ବସ୍ତି, ନିଳାଦ୍ରୀ ବିହାର, ଡ଼ମଣା, ଭିଏସ୍ଏସ ନଗର ସମେତ ଧଉଳି ପଞ୍ଚାୟତର ବିଭିନ୍ନ ଗାଁ, ଜୟଦେବ ନିର୍ବାଚନ ମଣ୍ଡଳୀର ଯଶୁଆପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ସହିତ କଟକ ବହୁ ଅଞ୍ଚଳର ଗଳିକନ୍ଦି ସମେତ ପୁରୀ ଜିଲ୍ଲାର ଲେପର୍ସି କଲୋନୀ, ବ୍ରାହ୍ମଣ ସାହି, ନୋଳିଆ ସାହି, ବଦଦାଣ୍ଡ, ତାଳବଣିଆ, ନଦୀବନ୍ଧ ହୁଡ଼ାସାହି ପଞ୍ଚାୟତ ଠାରୁ ଆରମ୍ଭ କରି କାକଟପୁର ପ୍ରମୁଖ ଶହ ଶହ ଗ୍ରାମକୁ ଯାଇ ଘରେ ଘରେ ଡ଼ାକି ଲୋକମାନଙ୍କର ମୋବାଇଲ, ଟର୍ଚ୍ଚ, ଛୋଟ ଇନ୍ଭର୍ଟର ମାଗଣାରେ •ର୍ଜ କରାଇଥାନ୍ତି । ଯେଉଁମାନଙ୍କର ମୋବାଇଲ୍ରେ •ର୍ଜ ନଥାଏ, ସେମାନେ ମାଗଣାରେ •ର୍ଜ ହେଉଥିବା କଥା ଶୁଣି ବହୁ ସଂଖ୍ୟାରେ ଯୁବକ, ଯୁବତୀ, ମହିଳା, ପୁରୁଷ ଏପରିକି ଛୋଟ ପିଲାମାନେ ମଧ୍ୟ ଉକ୍ତ ଯୁବକଙ୍କ ପାଖକୁ ଆସି ନିଜର ମୋବାଇଲ, ଟର୍ଚ୍ଚ, ଛୋଟ ଇନ୍ଭର୍ଟର •ର୍ଜ କରି ସେମାନଙ୍କର ଆବଶ୍ୟକତା ପୂରଣ କରିଥାନ୍ତି । ଏହି ବ୍ୟକ୍ତି ଜଣକ ଆଉ କେହି ନୁହେଁ, ସେ ହେଉଛନ୍ତି ଜଣାଶୁଣା ସମାଜସେବୀ ପ୍ରତାପ କୁମାର ସାହୁ ଯିଏକି ଦୀର୍ଘ ୨୫ ବର୍ଷ ହେବ ଲୋକମାନଙ୍କୁ ନିଃସର୍ତ୍ତରେ ନିଜର ସେବା ଯୋଗାଇ ଆସୁଛନ୍ତି । ଏହି ଫନି ମହାବାତ୍ୟା ସମୟର ଅନୂଭୂତିରୁ ପ୍ରତାପ କୁହନ୍ତି ଯେ, ଫନିରେ ମୋ ନିଜ ଘର ଭାଙ୍ଗି ଯାଇଥିଲା ଏବଂ ସରକାରଙ୍କ ତରଫରୁ ଘରଭଙ୍ଗା ବାବଦକୁ ୨୫୦୦ଟଙ୍କା ମିଳିଥିଲା ଏବଂ ଏହି ୨୫୦୦ଟଙ୍କାରେ ପ୍ରତାପ କିରୋସିନ କିଣି ଲୋକମାନଙ୍କୁ ମାଗଣାରେ ମୋବାଲଇ୍ ସମେତ ଅନ୍ୟାନ୍ୟ ଜିନିଷ •ର୍ଜ କରି ମୁଁ ବହୁତ ଆତ୍ମସନ୍ତୋଷ ପାଇଛି । ଖାଲି ସେତିକି ନୁହେଁ, ସେ ଗାଁ ଗାଁ ବୁଲିବା ସମୟରେ ପରିବେଶ ପ୍ରଦୂଷଣ ଏବଂ ଫିନ ବାତ୍ୟାରେ ନଷ୍ଟ ହୋଇଥିବା ଗଛଗୁଡ଼ିିକ ପୁନରୁଦ୍ଧାର କରିବା ସହିତ ଲୋକମାନଙ୍କୁ ନୂତନ ଗଛ ଲଗାଇବା ପାଇଁ ସଚେତନ କରାଉଥିଲେ । ଏତଦ୍ବ୍ୟତୀତ ଶ୍ରୀଯୁକ୍ତ ସାହୁ ସାଙ୍ଗରେ ନେଇଥିବା ପ୍ରାଥମିକ ଚିକିତ୍ସା ସେବା ଓ ହାଲୋଜିନ ଟାବଲେଟ ଲୋକମାନଙ୍କୁ ମଧ୍ୟ ମାଗଣାରେ ବଣ୍ଟନ କରିଥିଲେ । ଯଦି କାହାର ଖଣ୍ଡିଆ ଖବରା ହୋଇଥିଲା ସେଥିପାଇଁ ଔଷଧ ମଧ୍ୟ ଲଗାଇ ଦେଉଥିଲେ । ଏହିଭଳି ଭାବରେ ଫନି ସମୟରେ ସେ ନିଜର ମନକର କଥା କହିବା ସହ ଲୋକମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଏଥିପାଇଁ ସବୁ ମହଲରୁ ତାଙ୍କୁ ବହୁ ପ୍ରଶଂସା ମଧ୍ୟ ମିଳିଥିଲା । ଶ୍ରୀଯୁକ୍ତ ସାହୁଙ୍କୁ ଗାଁ ବୁଲିବାର ଅନୁଭୂତି ପ•ରିବାରୁ ସେ କୁହନ୍ତି ଧଉଳି ପଞ୍ଚାୟତରେ ମୋବାଇଲ୍ •ର୍ଜ କରିବା ସମୟରେ ଜଣେ ବ୍ୟକ୍ତି କହିଲେ ମୁଁ ନଳକୂପରୁ ଥଣ୍ଡା ପାଣି ଆଣିଛି, ଟିକେ ପିଇଦିଅନ୍ତୁ । କିନ୍ତୁ ମଁ ତାକୁ ପିଇଲା ପରେ ଜାଣିଲି, ସେ ପାଣି ନଥିଲା, ଥିଲା ଲେମ୍ବୁ ସରବତ ଏବଂ ମୋତେ ବହୁତ ଖୁସି ଲାଗିଥିଲା । ସେହିପରି ଯଶୁଆପୁର ପଞ୍ଚାୟତରେ •ର୍ଜ କରୁଥିବା ସମୟରେ ଜଣେ ୧୧ ବର୍ଷର ବାଳକ ମୋତେ ଆଣି ୧୦ ଟଙ୍କା ଦେଇଥିଲା ଯେ ଅଙ୍କଲ, ମୋ ପାଖରେ ପଇସା ନାହିଁ, ଏ ୧୦ ଟଙ୍କା ଅଛି ଆପଣ ନିଅନ୍ତୁ ଜେନେଟେରରେ ତେଲ ପକାଇବେ । ଆଉ ଯଦି ଅଧିକ ପଇସା ମୋ ପାଖରେ ଥାନ୍ତା, ତେବେ ମୁଁ ଦେଇଥାନ୍ତି । ଅବଶ୍ୟ ପିଲାଟିର ୧୦ ଟଙ୍କାକୁ ମୁଁ ଫେରାଇ ଦେଇଥିଲି ଏବଂ ପିଲାଟିର ଏକଥା ଶୁଣି ମୋ ଆଖିରୁ ଦୁଇଧାର ଲୁହ ବାହାରି ଆସିଥିଲା । ସେହି ସମୟରେ ମୁଁ ଭାବିଥିଲି, ଏ ଛୋଟ ପିଲାର ଯେଉଁ ବୁଦ୍ଧି, ଯଦି ସମସ୍ତଙ୍କର ଏଭଳି ବୁଦ୍ଧି ହୁଅନ୍ତା, ତେବେ ରାଜ୍ୟରେ ଆଉ ସମସ୍ୟା ରୁହନ୍ତା ନାହିଁ । ଖାଲି ସେତିକି ନୁହେଁ ଏହିଭଳି ଆହୁରି ଅନେକ ଉଦାହରଣ ରହିଛି ଯାହା ବର୍ଣ୍ଣନା କରିହେବ ନାହିଁ । ଆଜି ବାତ୍ୟାକୁ ଦେଢମାସ ପୁରି ଯାଇଥିଲେ ମଧ୍ୟ ଏବେବି ମୋ ପାଖକୁ ବିଭିନ୍ନ ଗ୍ରାମରୁ ଫୋନ୍ କଲ ଆସୁଛିି ମୋବାଇଲ୍ •ର୍ଜ କରିବା ପାଇଁ । ଶ୍ରୀଯୁକ୍ତ ସାହୁ କୁହନ୍ତି ମୋର ସମାଜସେବା ଏହିଭଳି ଭାବରେ ଆଗକୁ ଜାରି ରହିବ । ଯଦି ଓଡ଼ିଶାରେ ପ୍ରତାପ ସାହୁଙ୍କ ଭଳି କିଛି ଯୁବକ ବିପଦ ଆପଦ ସମୟରେ ଲୋକମାନଙ୍କ ନିକଟରେ ଠିଆ ହୁଅନ୍ତେ, ତେବେ ସେମାନଙ୍କ ସବୁ ସମସ୍ୟା ଦୂର ହୋଇପାରନ୍ତା ।