ଫନୀର ମୁକାବିଲା କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମର ପ୍ରସ୍ତୁତି
ଭୟଙ୍କର ରୁପ ନେଇସାରିଥିବା ସାମୁଦ୍ରିକ ଝଡ ଫନୀ ବ୍ରହ୍ମପୁର ସହର ଉପରେ ଏହାର ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ ସତର୍କ କରିସାରିଲା ପରେ ମହାନଗର ନିଗମ ତରଫରୁ ଫନୀର ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରୁଛି ବ୍ରହ୍ମପୁର ମହାନଗର ନିଗମ । ବିଶେଷ କରି ତଳିଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ଜାଗା ଗୁଡିକୁ ସ୍ଥାନାନ୍ତରିତ କରାଯାଇଛି । ଏହା ସହ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ,ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଯୋଗାଇ ଦେବାର ବନ୍ଦୋବସ୍ତ କରାଯାଇଛି । ସହରରେ ପାଣି ଜମି ନରହିବା ପାଇଁ ଉଚ୍ଚ ଶକ୍ତି ପମ୍ପ ଗୁଡିକୁ ସଜାଗ କରିରଖାଯାଇଛି । ପ୍ରଶାସନ ଯେ କୈାଣସି ସମସ୍ୟା ର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମହାନଗର ନିଗମର ବରିଷ୍ଟ ଅଧିକାରୀ ମାନେ ସୁଚନା ଦେଇଛନ୍ତି ।