ଫନୀ ପାଇଁ ରାଜ୍ୟରେ ହାଇଆଲର୍ଟ

ସାମ୍ଭାବ୍ୟ ସାମୁଦ୍ରିକ ଝଡ ଫନୀ ଅତ୍ୟନ୍ତ ଉଗ୍ରରୁପ ଧାରଣ କରିଛି । ଓଡିଶା ଉପକୁଳକୁ ମାଡିଆସୁଥିବା ଫନୀ ଉପକୁଳ ବର୍ତ୍ତୀ ଓଡିଶାରେ ବିପର୍ଯ୍ୟସ୍ତ ସୃଷ୍ଟି କରିପାରେ । ଏହା ପୂରୀ ନକଟବର୍ତ୍ତା ସାରପଡାରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୁଚନା ଦେଇଛନ୍ତି । ଯେତେବେଳେ ଏହା ି ଲ୍ୟାଣ୍ଡଫାଲ କରିବ ପବନର ବେଗ ଘଣ୍ଟାପ୍ରତି ୧୮୫ ରୁ ୨୦୫ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହିତ ଗଞ୍ଜାମ , ପୁରୀ ,କେନ୍ଦ୍ରପଡା ,ଜଗତସିଂହପୁର .ଏହି ସବୁ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇପାରେ । ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ପବନର ବେଗ ୧୩୦ କିଲୋମିଟରର ୁ ୧୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଭୂବନେଶ୍ୱର ସମେତ ଖୋର୍ଦ୍ଧା ,କଟକ ,ଗଜପତି ,ଭଦ୍ରକ ,ଯାଜପୁର , ଓ ବାଲେଶ୍ୱର ରେ ପବନର ବେଗ ୯୦ ରୁ ୧୦୦ ରହିପାରେ । ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସମସ୍ତ ପ୍ରକାର ମାଟି ଘର ସହିତ ପୁରୁଣା ପକ୍କା ଘର କ୍ଷୟକ୍ଷତି ହୋଇପାରେ ସେହିପରି ରାସ୍ତା ଘାଟ ,ବିଦ୍ୟୁତଖୁଣ୍ ଉପୁଡିଜିବାର ସମ୍ଭାବନା ଥିବାରୁ ଅନେକ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇପାରେ । ଏହି ସବୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଲୋକମାନଙ୍କୁ ବାର୍ତ୍ତା ଆଶ୍ରୟ ସ୍ଥଳି ଗୁଡିକୁ ସ୍ଥାନାନ୍ତରିତ କରାଯାଉଛି । ଫନୀ ଦ୍ୱାରା ପ୍ରଭାବ ହେଉଥିବା ଜିଲ୍ଲା ଗୁଡିକରେ ପ୍ରଶାସନ କଡାନଜର ରଖିଛି । ବାତ୍ୟା ପାଇଁ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ