ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଓ ଷ୍ଟାଫ ଅଭାବ ରୋଗୀ ହେଉଛନ୍ତି ହନ୍ତ ସନ୍ତ
ସରକାର ସାଧାରଣ ଲୋକମାଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସ୍ଥାନରେ ଆବଶ୍ୟକ ଅନୁଯାଇ ବିଭିନ୍ନ ଧରଣର ସ୍ୱାସ୍ଥ୍ୟ କେନ୍ଦ୍ର ର ବ୍ୟବସ୍ଥା କରିଛନ୍ତି।ହେଲେ ସରକାର ମାଲ ମାଲ ସରକାରୀ ଅର୍ଥ ବ୍ୟୟରେ ପ୍ରାଥମିକ,ଗୋଷ୍ଠୀ,ଉପଖଣ୍ଡ,ଜିଲ୍ଲା ଚିକିତ୍ସା ଲୟ ଗୁଡିକର ବ୍ୟବସ୍ଥା କରଥିଲେ ସୁଦ୍ଧା ବିଭିନ୍ନ ସମୟରେ ଚିକିତ୍ସା ଲୟ ଗୁଡ଼ିକରେ ଆବଶ୍ୟକୀୟ ଡାକ୍ତର ଓ ଷ୍ଟାଫ ଯୋଗାଇ ପାରୁ ନଥିବାରୁ ଅନେକ ସମୟରେ ରୋଗୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଅଧିନ ଗୋଳାମୁଣ୍ଡା ବ୍ଲକ ରେ ଥିବା ଫରଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର କଥା।ଦଶପୁର ଯୋନ ରେ ଥିବା ୮ରୁ ୯ଗୋଟି ପଂଚାୟତର ରୋଗୀ ମାନଙ୍କ ନିମନ୍ତେ ଏଠାରେ ଅନେକ ଦିନରୁ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଟିଏ ଅଛି ସତ ହେଲେ ଏଠାରେ ଆବଶ୍ୟକୀୟ ଡାକ୍ତର ଓ ଷ୍ଟାଫ ନଥିବାରୁ ଏହି ଦୁର୍ଗମ ଅଞ୍ଚଳର ନିରୀହ ରୋଗୀ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ ଚିକିତ୍ସା ହୋଇ ନପାରି ନିରାଶ ହୋଇ ଘରକୁ ଫେରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏଣୁ ସରକାର ତଥା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଫରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ ଷ୍ଟାଫ ଯୋଗାଇବା ସହ ରୋଗୀ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇବା ଦାବୀ ହୋଇଛି।