ଫରହାନଙ୍କ ଠେଲାରୁ ଗୁପ୍ଚୁପ୍ ଖାଇଲେ ପ୍ରିୟଙ୍କା !

ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ନିଜର ଆଗାମୀ ଫିଲ୍ମ “ଦ ସ୍କାଇ ଇଜ୍ ପିଙ୍କ’ର ପ୍ରମୋଶନରେ ବ୍ୟସ୍ତ । ଚଳିତ ସପ୍ତାହରେ ତାଙ୍କୁ ଲୋକପ୍ରିୟ କମେଡି ଶା’ “କମେଡି ନାଇଟ୍ସ ଉଇଥ୍ କପିଲ’ରେ ଦେଖିବାକୁ ମିଳିବ । ଫିଲ୍ମରେ ନାୟକ ସାଜିଥିବା ଫରହାନ ଅଖତର ଏବଂ ରୋହିତ ସରାଫ ମଧ୍ୟ ତାଙ୍କ ସହ ରହିବେ । ଏହାର ଏକ ଫଟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଫରହାନ୍ଙ୍କ ଗୁପ୍ଚୁପ୍ ଠେଲାରୁ ପ୍ରିୟଙ୍କା ଗୁପ୍ଚୁପ୍ ଖାଉଥିବା ଦେଖିବାକୁ ମିଳୁଛି । ଫରହାନ୍ ବେକରେ ଗାମୁଛା ପକାଇ ଗୁପ୍ଚୁପ୍ ବିକାଳି ଭଳି ପ୍ରିୟଙ୍କା ଏବଂ କପିଲଙ୍କୁ ଗୁପ୍ଚୁପ୍ ଦେଉଛନ୍ତି । ଉଭୟ ଏହାର ମଜା ଉଠାଉଥିବା ଜଣାପଡ଼ୁଛି ।
ତେବେ କେବଳ ଗୁପ୍ଚୁପ୍ ନୁହେଁ କାର୍ଯ୍ୟକ୍ରମ ପାଇଁ ପ୍ରିୟଙ୍କା ପିନ୍ଧିଥିବା ଶାଢ଼ି ମଧ୍ୟ ଚର୍ଚ୍ଚାରେ ରହିଛି । ଲାଲ ରଙ୍ଗର ଶାଢ଼ିରେ ପ୍ରିୟଙ୍କା ବେଶ ସୁନ୍ଦର ଲାଗୁଛନ୍ତି । ଯାହାକୁ ଦେଖି ସ୍ୱାମୀ ନିକ୍ ମଧ୍ୟ ତାଙ୍କର ପ୍ରଶଂସା ନ କରି ରହିପାରିନାହାନ୍ତି । ସେ ନିଜର ଇନ୍ଷ୍ଟା ଷ୍ଟୋରୀରେ ତାଙ୍କର ଏକ ଫଟୋ ଶେୟାର କରି ଖୁବ୍ ସୁନ୍ଦର ବୋଲି ଲେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ