ଫରାସୀଙ୍କ ବିରୁଦ୍ଧରେ ଘୁମୁସର ପାଇକଙ୍କ ବିଜୟକୁ ଇତିହାସରେ ଉପେକ୍ଷା…

ବୁଗୁଡା,( ଅନିଲ କୁମାର ମହାରଣା):ବାଲିପଦରରେ ରବିବାର ଦିନ ଅନୁଷ୍ଠିତ ଘୁମୁସର ବିଜୟୀ ସ୍ମାରକୀ ସ୍ମୃତିସ୍ତମ୍ଭ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇଥିବା ବୁଦ୍ଧିଜୀବୀମାନେ ଗଞ୍ଜାମ ଜିଲ୍ଲାର ତତ୍କାଳୀନ ବିଭିନ୍ନ ଛୋଟ ଛୋଟ ରାଜ୍ୟର ପାଇକମାନେ ଫରାସୀ ସେନା ବାହିନୀ ବିରୁଦ୍ଧରେ ବୀରତ୍ବର ସହ ଯେଉଁ ଯୁଦ୍ଧ କରିଥିଲେ ତାହାକୁ ଭାରତ ଇତିହାସ ଓ ଓଡ଼ିଶା ଇତିହାସ ଲେଖିଥିବା ଐତିହାସିକମାନେ ଅଣଦେଖା କରିଥିବା ମତ ରଖିଥିଲେ। ୧୭୫୩ ମସିହାରେ ତତ୍କାଳୀନ ଘୁମୁସର ରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କ ନେତୃତ୍ୱରେ କନ୍ଧ ପାଇକ ମାନଙ୍କ ସହ ଫରାସୀ ମୁଖ୍ୟ ଡ଼ି.ବୁଶିଙ୍କ ନେତୃତ୍ୱାଧୀନ ଫରାସୀ ସୈନ୍ୟବାହିନୀ ସହ ଘମାଘୋଟ ଲଢେ଼ଇ ହୋଇଥିଲା। ସେହି ଲଢେଇ ବାଲିପଦର ନିକଟସ୍ଥ ବିଷ୍ଣୁଚକ୍ର ଗଡ଼ର ବାଉଁଶ ଜଙ୍ଗଲରେ ସଂଗଠିତ ହୋଇଥିବା ବେଳେ ଫରାସୀମାନେ ପରାସ୍ତ ହୋଇଥିଲେ। ଘୁମୁସର ଭଞ୍ଜ ରାଜାଙ୍କ ଏହି ବିଜୟ ଇତିହାସରେ ସ୍ଥାନ ପାଇନାହିଁ। ସେଥିପାଇଁ ଇତିହାସର ସଂଶୋଧନର ଆବଶ୍ୟକତା ଅଛିବୋଲି ଦାବୀ ହୋଇଥିଲା। ଘୁମୁସର ର ସ୍ୱର ସଂଗଠନର ସଭାପତି ଡ଼ଃ ବି ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପରୋକ୍ତ ପସ୍ତାବ ଗୃହୀତ ହୋଇଛି। ଏହି ବୈଠକରେ ଓଡ଼ିଶା ଅର୍ଥନୈତିକ ସ୍ୱାଧୀନତା ମଞ୍ଚ ସଭାପତି ଗୋପାଳ କୃଷ୍ଣ ବିଷୋୟୀ, ଅଧ୍ୟାପକ ଡ଼ଃ କିଶୋର ଦେବୋଦତ୍ତ, ପୃଥିରାଜ ପ୍ରତାପ ସିହ୍ନା,ଇଂ ଲକ୍ଷ୍ମୀ ପ୍ରସାଦ ନାୟକ,ବରିଷ୍ଠ ଅଧିବକ୍ତା ତଥା ସାମ୍ୟବାଦୀ ନେତା ସୋମନାଥ ନାୟକ,ପ୍ରଫେସର ଡ଼ଃ ଶ୍ୟାମା ପ୍ରସାଦ ମିଶ୍ର, ଡ଼ଃ ପ୍ରଦୀପ କୁମାର ପଟ୍ଟନାୟକ, ଶିକ୍ଷାବିତ ବଂଶୀଧର ନାୟକ, ବରିଷ୍ଠ ନାଗରିକ କେ କୃଷ୍ଣ ମୂର୍ତ୍ତି ଆଚାରି, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ। ଶେଷରେ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ