ଫରେଷ୍ଟ ରେଞ୍ଜ୍ ଅଫିସରେ ଛାପା ମାରିଲା ଭିଜିଲାନ୍ସ୍ ଟିମ୍

ଦିଗପହଣ୍ଡିି : ଦିଗପହଣ୍ଡି ଫରେଷ୍ଟ୍ ରେଞ୍ଜ୍ ଅଫିସ୍ରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଟିମ୍ ଛାପା ମାରିଥିବା ଦେଖିବାକୁ ମିଳିଛି । ଭିଜିଲାନ୍ସ ବିଭାଗ କଟକର ମିସ୍ କେସନ୍ ନଂ ୨ା୧୯ କ୍ରମେ ବ୍ରହ୍ମପୁର ଫରେଷ୍ଟ୍ ଡିଭିଜନ୍ ଡିଏଫ୍ଓ ଆଶିଷ କୁମାର ବେହେରାଙ୍କ ଆୟଃ ବହିଃଭୁକ୍ତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଶୁକ୍ରବାର ୯ ଗୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ବେଳେ ଦିଗପହଣ୍ଡି ରେଞ୍ଜ୍ ଅଫିସରେ ରହିଥିବା ଜାବତୀୟ କାଗଜ ନଥିପତ୍ରର ଆଦି ଯାଞ୍ଚ ଏବଂ ତଦନ୍ତ ପାଇଁ ଗୋଟିଏ ଟିମ୍ ଦିଗପହଣ୍ଡି ରେଞ୍ଜ୍ ଅଫିସ୍ରେ ପହଞ୍ôଚ ଯାଞ୍ଚ ଆଦି କରୁଥିବା ଜଣାପଡିଛି । ଡିଏସ୍ପି ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଦିଗପହଣ୍ଡି ଫରେଷ୍ଟ ରେଞ୍ଜ୍ ଅଫିସ୍ରେ ରେଞ୍ଜର୍ ପରମାନନ୍ଦ ପାଣିଗ୍ରାହୀଙ୍କ ସହିତ ଆର୍ଥିକ ଅନିୟମିତତା ଏବଂ ବେଆଇନ ସରକାରୀ ଅର୍ଥ କାରବାର ନେଇ ଆସିଥିବା ଅଭିଯୋଗ ଉପରେ ଟିଖିନିଖି ଯାଞ୍ଚ ଆଦି କରୁଥିବା ଜାଣିବାକୁ ମିଳିଛି । ବ୍ରହ୍ମପୁର ବନବିଭାଗ ଡିଭିଜନ୍ରେ ରହିଥିବା ଦିଗପହଣ୍ଡି ଫରେଷ୍ଟ୍ ରେଞ୍ଜ୍ ଅଧିନରେ ୫ ଗୋଟି ସେକ୍ସନ ରହିଥିବା ବେଳେ ସେସବୁରେ କାମ୍ପା ଏବଂ ୟୁଏନଡିପି ସମେତ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦରେ ବିଭିନ୍ନ ପ୍ରକଳ୍ପ ସବୁ କାର୍ଯ୍ୟ ହୋଇଥିବା ବେଳେ ସେସବୁର କାର୍ଯ୍ୟ ସମ୍ପାଦନ ନହୋଇ କେବଳ କାଗଜ ପତ୍ରରେ କରିଦିଆଯାଇଥିବା ନେଇ ପୂର୍ବରୁ ଚର୍ଚ୍ଚା ଜୋର୍ ଧରିବା ସହିତ ବିଭିନ୍ନ ଗଣମାଧ୍ୟମ ପତ୍ରପତ୍ରିକା ଆଦିରେ ପ୍ରକାଶିତ ହୋଇଥିଲା । ସେହିପରି ପୂର୍ବରୁ ବହୁବାର ବ୍ରହ୍ମପୁର ଡିଏଫ୍ଓଙ୍କ ଜାଣତରେ ଦିଗପହଣ୍ଡି ବନାଞ୍ଚଳରେ ବିଭିନ୍ନ ପ୍ରକାର ଦୁର୍ନିତୀ ହେଉଥିବା ବେଳେ ସେସବୁର ବିଧିବଦ୍ଧ ଯାଞ୍ଚ ଏବଂ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବହୁବାର ଅଭିଯୋଗ ହେବା ପରେ ଶୁକ୍ରବାର ସେସବୁର ଯାଞ୍ଚ ନେଇ ଭିଜିଲାନ୍ସ ଟିମ୍ ଫରେଷ୍ଟ ରେଞ୍ଜ୍ ଅଫିସର୍ ଡେରା ଦେଇ ରହିଥିବା ନେଇ ସମାଲୋଚନା ହେଉଛି । ଚଢଉ ପ୍ରକ୍ରିୟା ଜାରି ରହିଥିବା ହେତୁ କିଛି ତଥ୍ୟ ମିଳିନଥିବା ବେଳେ ସମସ୍ତ ତଦନ୍ତ ଶେଷ ହେବା ପରେ ସବିଶେଷ ତଥ୍ୟ ଭିଜିଲାନ୍ସ ପକ୍ଷରୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ