ଫରୱାର୍ଡ ବ୍ଲକ ପକ୍ଷରୁ ଆଜାଦ୍ ହିନ୍ଦ୍ ସରକାରର ୮୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତ୍ୱତରରେ ଗଠିତ ଭାରତର ପ୍ରଥମ ସ୍ୱାଧିନ ସରକାର ‘ଆଜଦ୍ ହିନ୍ଦ୍ ସରକାର’ର ୮୦ତମ ପ୍ରତିଷ୍ଠା ଦିବସ ଆଜି ଫରୱାର୍ଡ ବ୍ଲକ ପକ୍ଷରୁ ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ ଅଲ୍ ଇଣ୍ଟିଆ ଫରୱାର୍ଡ ବ୍ଲକ ଓ ଆଜାଦ୍ ହିନ୍ଦ୍ ବାହିନୀର ସାଥିୀମାନେ ଭୁବନେଶ୍ୱର ରସୁଲଗସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପଣ କରିଥିଲେ । ପରେ ପାର୍ଟିର ରାଜ୍ୟଦପ୍ତର ନେତାଜୀ ଭବନ ପରିସରରେ ଆଜାଦ୍ ହିନ୍ଦ୍ ସରକାରର ପତାକାକୁ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ ଉତ୍ତୋଳନ କରି କାର୍ଯ୍ୟକ୍ରମର ଅୟମାରମ୍ଭ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବକ୍ତ୍ୟବ ରଖି ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଆଜାଦ୍ ହିନ୍ଦ୍ ସରକାରର ଆଭିମୁଖ୍ୟ ଓ ଆଜିର ଦିନରେ ତାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଭାରତବର୍ଷର ସ୍ୱାଧିନତା ସଂଗ୍ରାମକୁ ନେତ୍ୱତ୍ୱ ଦେବାବେଳେ ନେତାଜୀ ସୁଭାଷଙ୍କ ସ୍ୱପ୍ନ ଥିଲା ସ୍ୱାଧିନୋତ୍ତର ଭାରତବର୍ଷର ଶାସନର ଡୋରି ସାଧାରଣ ଜନତାଙ୍କ ହାତରେ ରହିବ । ସମାଜବାଦୀ ବ୍ୟବସ୍ଥା ଢାଞ୍ଚାରେ ଭାରତ ବର୍ଷରେ ଶାସନ ବ୍ୟବସ୍ଥା ପରିଚାଳିତ ହେବା ସହ ସାଧାରଣ ଜନତାଙ୍କୁ ତାଙ୍କର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରାଯାଇ ପାରିବ । କିନ୍ତୁ ସ୍ୱାଧିନତାର ୭୫ବର୍ଷ ପରେ ମଧ୍ୟ ଆଜି ସାରା ଭାରତ ବର୍ଷରେ ଭୋକ, ଭୟ ଓ ଭ୍ରଷ୍ଠାଚାର ରାଜୁତି କରୁଛି । ଖାଦ୍ୟ, ବସ୍ତ୍ର, ବାସଗୃହ, ନିଯୁକ୍ତି ଭଳି ମଣିଷର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାରେ ସରକାରମାନେ ବିଫଳ ହୋଇଛନ୍ତି । ଗଣତନ୍ତ୍ର ଉପରେ ପୁଞ୍ଜିତନ୍ତ୍ର ଭାରି ହେବା ଫଳରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡି ପଡିଲାଣି । ଏଭଳି ସ୍ଥଳେ ଭାରତ ଓ ଭାରତୀୟଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଉ ଏକ ସ୍ୱାଧିନତା ସଂଗ୍ରାମ ଲଢିବା ପାଇଁ ପ୍ରସ୍ତୁତ ହେବାକୁ ଫରୱାର୍ଡ ବ୍ଲକ ଓ ଆଜାଦ୍ ହିନ୍ଦ୍ ବାହିନୀର ସାଥିମାନଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ ବ୍ଲକର ନେତା ସର୍ବେଶ୍ୱର ମିଶ୍ର, ଶମ୍ଭୁ ପ୍ରସାଦ ମହାନ୍ତି, ସୁଶିଲ ଥାନପତି, ନାରାୟଣ ଡାଳୁଆ, କେଶେ ବଡନାୟକ, ବନମାଳି ପାତ୍ର, ଲକ୍ଷ୍ମୀଧର ଗିରି, ସୋମନାଥ ଖିଲ, ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଲକ୍ଷ୍ମୀ ଡୋରା, ସୁବତି ଦଳାଇ, ଦୁର୍ଯ୍ୟୋଧନ ପୂଜାରୀ, ପୁନିତ ରଣା ପ୍ରମୁଖ ବକ୍ତବ୍ୟ ରଖି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଚାରଧାରା ଏବଂ ସୁଭାଷବାଦୀ ଦର୍ଶନ ଆଧାରାରେ ଦେଶବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ ସାଥିମାନଙ୍କୁ ଆହ୍ୱାନ କରିଥିଲେ । ଯୁବନେତା ଅଭିମନ୍ୟୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ