ଫଳକରେ ସିମିତ ରହିଗଲା ସିନା ନିର୍ମାଣ ହୋଇ ପାରିଲା ନାହିଁ
ମୋହନା, (ଅଂଶୁମାନ ପଣ୍ଡା) :ସରକାର ବିକାଶ ଧାରାକୁ ଆଗକୁ ନେଉଥିବା ପ୍ରଚାର ପ୍ରସାରରେ ଖବର କାଗଜରେ ଆଗ ଧାଡିରେ ଉଲ୍ଲେଖ ରହୁଛି । ପ୍ରତ୍ୟେକ ଜିଲ୍ଲାରେ କୋଟି କୋଟି ଟଙ୍କା ବିନିମୟରେ ଖେଳ ପଡିଆ ଠାରୁ ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ଶିକ୍ଷା, ଅଙ୍ଗନବାଡିି, ଏବଂ ଖାଦ୍ୟ ଯୋଜନା ଏହି ସବୁ ଯୋଜନା ନାମକୁ ମାତ୍ର ରହିଛି । କେଉଁଠାରେ ଏହାର ଆତ୍ମ ସାତ ତାହା ରାଜ୍ୟ ସରକାରଙ୍କ ପାଖରେ ନାହିଁ କୌଣସି ଉତର । ନିର୍ବାଚନ ସମୟରେ ବିଧାୟକଙ୍କ ଠାରୁ ନେଇ ସରପଂଚ ସମିତି, ସାଂସଦ ଏବଂ ମନ୍ତ୍ରୀ ବାଜାବାଜଣୀ କରି ଲୋକଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ କହି ଏକ ଫଳକର ଶିଳାନ୍ୟାସ କରି ଚାଲି ଯାଆନ୍ତି ଯାହାର ଉଦାହରଣ ସ୍ୱରୁପ ୧୫.୦୮.୨୦୧୬ରେ ମୋହନା ଗସ୍ତରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଶିଶୂମାନେ ସୁସ୍ଥ ସବଳ ରହିବା ପାଇଁ ଖେଳ କୁଦର ଆବଶ୍ୟକ ଥିବା ବେଲେ ତାହାକୁ ନେଇ ମୋହନା ସରକାରୀ ଅନୁସୁଚିତ ଜାତି ଓ ଜନଜାତି ବାଳିକା ଛାତ୍ରୀନିବାସ ନିକଟରେ କଳିଙ୍ଗ ଶିଶୁ ପାର୍କ ନିର୍ମାଣ ପାଇଁ ବିଧାୟିକାଙ୍କ କରକମଳରେ ଭୂମୀ ପୂଜା କରାଯାଇଥିାଲ । ଯାହାକି ଅନୁସୁଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଏହି କାମଟି ତଦାରଖ କରିବାକୁ ଦିଆଯାଇଥିବା ବେଳେ ଠିକାଦାର ଶିବ ଶଙ୍କର ସାହୁ ତାହାର ନିର୍ମାଣ କାମ ଆରମ୍ଭ କରିଥିଲେ କିନ୍ତୁ ଆଜକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଦୁଇ ଦୁଇଟି ପଚାଂୟତ ନିର୍ବାଚନ ସରିଯାଇଥିଲେ ମଧ୍ୟ ଶିଶୁ ପାର୍କର ଚତୁପାର୍ଶ ପାଚେରୀ ଛାଡିଦେଲେ ଆଉ କୌଣସି ପ୍ରକାର ଉନ୍ନତି କରଣ ହୋଇ ନାହିଁ । ଯାହାରି ଫଳରେ ଶିଶୁ ପାର୍କ ଭିତରେ ବଣ ବୋଦା ପାଲଟି ଗାଇ ଗୋରୁଙ୍କ ଆଡା ସହ ଶୌଚାଳୟ ପାଲଟିଛି ଲୋକଙ୍କ । ତେବେ ଏହାକୁ ଦେଖିଲି ନିଶ୍ଚିନ୍ତ ଭାବେ ଜଣାପଡୁଛି ଠିକାଦାର ଜନ୍ତ୍ରୀ ଏବଂ ରାଜନେତାଙ୍କ ମଧୁଚନ୍ଦ୍ରିକାରେ ମୋହନା ବ୍ଳକର ଉନ୍ନତି ମୂଳକ କାମ ବାଟବଣା ହୋଇଛି । ବିଭିନ୍ନ ସମୟରେ ନେତାଙ୍କ ପ୍ରତିଶ୍ରୁତି ଶୁଣି ଏବେ ମୋହନା ବାସି ବଧିର ପାଲଟି ଗଲେଣି ।


