ଫଳାଫଳ ଘୋଷଣା ଉପରେ ରହିତା ଦେଶ ହାଇକୋର୍ଟ

ଉଦଳା, (ରାଜୀବ ବେହେରା): ଖୁଣ୍ଟା ବ୍ଲକ୍ ଡୁକୁରା ପଞ୍ଚାୟତର ସରପଞ୍ଚ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା | ତେବେ ଏହାର ଫଳାଫଳ ଘୋଷଣା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ ଭୋଟିଂରେ ସରପଞ୍ଚ ପାର୍ବତୀ ନାଏକଙ୍କ ବିପକ୍ଷରେ ସର୍ବାଧିକ ଭୋଟ୍ ପଡ଼ିଥିବାରୁ ସେ ନିଜ ପଦ ହରାଇବା ଆଶଙ୍କା ସୃଷ୍ଟି ହୋଇଥିଲା | କୋର୍ଟର ନିର୍ଦ୍ଦେଶ ତାଙ୍କ ପାଇଁ ସାମୟିକ ଆଶ୍ଵସ୍ତି ଆଣିଛି |ସୂଚନା ମୁତାବିକ ଡୁକୁରା ପଞ୍ଚାୟତର ୪ ଜଣ ୱାର୍ଡସଭ୍ୟ କ୍ରମାଗତ ଭାବେ ପଞ୍ଚାୟତ ବୈଠକରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ କପ୍ତିପଦା ଉପଜିଲ୍ଲାପାଳଙ୍କୁ ଘଟଣା କୁ ନେଇ ଅଭିଯୋଗ କରି ଥିଲେ ସରପଞ୍ଚ ପାର୍ବତୀ ନାଏକ l ତେବେ ଉପଜିଲ୍ଲାପାଳ ପକ୍ଷରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟା ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଜାରି କରିଥିଲେ ବୋଲି ଶ୍ରୀମତୀ ନାଏକ ଅଭିଯୋଗ କରିଥିଲେ। ଘଟଣା କୁ ନେଇ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ | ତେବେ ଏ ନେଇ ମାର୍ଚ୍ଚ ୧୧ ତାରିଖରେ ଉଦଳା ବିଡିଓ ସମରଜିତ କରଙ୍କ ତତ୍ତ୍ଵାବଧାନରେ ଆନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା | ହେଲେ ଫଳାଫଳ ଘୋଷଣା ପୂର୍ବରୁ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିବାରେ ସଫଳ ହୋଇଛନ୍ତି ସରପଞ୍ଚ ପାର୍ବତୀ ନାଏକ | ଆସନ୍ତା ଏପ୍ରିଲ ୭ ତାରିଖରେ ଏହି ମାମଲାର ଶୁଣାଣି ଅଛି | ଆଗାମୀ ଶୁଣାଣି ସହିତ କୋର୍ଟରୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଭୋଟବାକ୍ସ ସିଲ୍ ରହିବା ସହିତ ଅନାସ୍ଥା ଫଳାଫଳ ଘୋଷଣା କରାଯିବ ନାହିଁ ବୋଲି କପ୍ତିପଦା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ପ୍ରକାଶକରି ଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ