ଫଳ ଦର ଆକାଶ ଛୁଆଁ : ଚିନ୍ତା ରେ ସତ୍ୟବାନ 

ନିମାପଡା, (ସନ୍ତୋଷ ଦାଶ) :-ଆଉ ଦୁଇ ଦିନ ପରେ ସାବିତ୍ରୀ ଅମାବାସ୍ୟା । ଓଡିଆ ଘରେ ସାବିତ୍ରୀ ବ୍ରତ ଏକ ପ୍ରସିଦ୍ଧ ଓଷା ବା ବ୍ରତ। ପ୍ରତ୍ୟେକ ସଧବା ନାରୀ ନିଜ ସ୍ବାମୀ ଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଥାଆନ୍ତି। ଦିନ ସାରା ଉପବାସ ରହିବା ସାଙ୍ଗକୁ ଠାକୁର, ଗ୍ରାମ ଦେବତୀ ଙ୍କ ନିକଟରେ ନୂଆ ଲୁଗା, ସିନ୍ଦୁର, ଫଳ ମୂଳ ପୂଜା ଲାଗି କରିଥାନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତି ଏଥି ପାଇଁ ଘରକୁ ବିଭିନ୍ନ ପ୍ରକାର ଫଳ ମୂଳ କିଣି ନେଇଥାନ୍ତି । ଚଳିତ ବର୍ଷ ଫଳ ଦର ଆକାଶ ଛୁଆଁ ହୋଇ ଥିବାରୁ ବିଚରା ସ୍ୱାମୀ ସତ୍ୟବାନ ମାନେ ଚିନ୍ତା ରେ ପଡିଯାଇଛନ୍ତି । ଗ୍ରାମାଂଚଳ ରେ ଚଳିତ ବର୍ଷ ଆମ୍ବ ଫଳ ନଥିବାରୁ ଆନ୍ଧ୍ର ରୁ ଆମ୍ବ, କଦଳୀ ଆମଦାନୀ ହୋଇଥିବା ବେଳେ ବାହାର ପ୍ରଦେଶ ରୁ ଅନ୍ୟାନ୍ୟ ଫଳ ମୂଳ ଆମଦାନୀ ହୋଇଛି । ଏଣୁ ଫଳ ମୂଳ ଦର ଆକାଶ ଛୁଆଁ ହୋଇ ଥିବା କହିଛନ୍ତି ନିମାପଡା ବ୍ଲକ ତୁଳସୀପୁର ବଜାର ର ଫଳ ବ୍ୟବ ସାୟୀ ନୃସିଂହ ତ୍ରୀପାଠୀ। ତାଙ୍କ ସୂଚନାନୁସାରେ ବାଇଗଣ ପଲେଇ ଆମ୍ବ କିଗ୍ରା ପ୍ରତି ୭୦/୮୦ ଟଙ୍କା ହୋଇଥିବା ବେଳେ ଅଙ୍ଗୁର କିଗ୍ରା ୧୦୦ଟଙ୍କା, ଡାଳିମ୍ବ୧୫୦ଟଙ୍କା, ସେଓ ୨୨୦ ଟଙ୍କା, ପିଜୁଳି ୧୫୦ଟଙ୍କା, ଲିଚୁ କିଗ୍ରା ୧୨୦ ଟଙ୍କାରେ ବିକ୍ରୀ ହେଉଛି । କଦଳୀ ଗୋଟା ୫ ରୁ ୧୦ ଟଙ୍କା, ସପୁରୀ ୧୫ରୁ ୨୫ଟଙ୍କା, ପଣସ ୨୦ରୁ ୫୦ ଟଙ୍କା ଦର ରହିଛି । ଚଳିତ ବର୍ଷ ଏହି ଅଞ୍ଚଳ ରେ ଆମ୍ବ, କଦଳୀ, ପଣସ ପ୍ରଭୁତି ଆବଶ୍ୟକୀୟ ଭାବେ ଫଳି ନଥିବାରୁ ଫଳ ଦର ଆକାଶ ଛୁଆଁ ରହିଛି ବୋଲି କୁହନ୍ତି ଜିଉନ୍ତି ଗ୍ରାମ ର ଅକ୍ଷୟ ପ୍ରସାଦ ମହାନ୍ତି । ଫଳ ଦର ବୃଦ୍ଧି ପାଇଥିଲେ ବି ଘର କୁ ପତ୍ନୀ ଙ୍କ ଓଷା ପାଇଁ କିଣିବାକୁ ବାଧ୍ୟ ହେଉଛୁ ବୋଲି ସେ କହିଛନ୍ତି । ଫଳ ଦର ବୃଦ୍ଧି ପାଇଥିବାରୁ ସ୍ୱାମୀ/ସତ୍ୟବାନ ମାନଙ୍କ ପକେଟ କୁ ବାଧିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ